Categories: ଜାତୀୟ

ଭାରତ ଆସିପାରନ୍ତି ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ, ୨୮ା୩: ଚାଇନା ପରେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେର୍‌ଗି ଲାଭ୍ରୋଭ୍‌ ଶୀଘ୍ର ଭାରତ ଗସ୍ତ କରିପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଭାରତ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଶ୍ରୀଲଙ୍କା ଓ ମାଳଦ୍ୱୀପ ଗସ୍ତରୁ ଫେରିବା ପରେ ତାରିଖ ବାବଦରେ ଘୋଷଣା କରାଯିବ। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ସୃଷ୍ଟି ହୋଇଥିବା ବୈଶ୍ୱିକ ଭୂରାଜନୈତିକ ସ୍ଥିତି ଉପରେ ଲାଭ୍ରୋଭ୍‌ ଗୁରୁତ୍ୱ ଦେଇପାରନ୍ତି। ଏହାବାଦ୍‌ ଭାରତ ଓ ରୁଷିଆ ମଧ୍ୟରେ ଟଙ୍କା-ରୁବଲରେ କାରବାର, ମସ୍କୋରୁ ନୂଆଦିଲ୍ଲୀକୁ ତୈଳ ଯୋଗାଣ ଆଦି ଉପରେ ମଧ୍ୟ ଆଲୋଚନା ହୋଇପାରେ।

Share