ପ୍ରଥମେ ପରମାଣୁ ଯୁଦ୍ଧ କରିବ ନାହିଁ ରୁଷିଆ

ମସ୍କୋ,୩ ।୩: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । କାରଣ ୟୁକ୍ରେନ ଉପରେ ରୁଷିଆ ବିଜୟ ଚାହୁଁଛି । ଏମିତିକି ରୁଷିଆ ପରମାଣୁ ଯୁଦ୍ଧର ବି ଚେତାବନୀ ଦେଇ ସାରିଛି । କିନ୍ତୁ ନିକଟରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି ଯୁଦ୍ଧରେ ନଇଁବାକୁ ଚାହୁଁ ନାହାଁନ୍ତି । ସେ ମାଟି ମା’ ପାଇଁ ଲଢୁଛନ୍ତି ୟୁକ୍ରେନର ସମ୍ମାନ ପାଇଁ ଲଢୁଛନ୍ତି ବୋଲି କହିଛନ୍ତି । ସେଥିପାଇଁ ସେ କେବେ ପଛଘୁଞ୍ଚା ଦେବେ ନାହିଁ । ଇତିମଧ୍ୟରେ ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ପଶ୍ଚିମ ରାଜନେତାଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ରୁଷିଆ ବୈଦେଶିକ ମନ୍ତ୍ରୀ କହିଛନ୍ତି ପଶ୍ଚିମ ଦେଶକୁ ନେଇ ‘ପରମାଣୁ ଯୁଦ୍ଧ’ କଥା ଆଲୋଚନା କରାଯାଉଛି । ଯଦି ସେମିତି କିଛି ହେବ ତେବେ ରୁଷିଆ ପରମାଣୁ ଯୁଦ୍ଧ ପାଇଁ ଦାୟୀ ହେବ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯୁଦ୍ଧ ଶେଷ କରିବାକୁ ମସ୍କୋ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ଅଛି ।

Share