ଆମେରିକାର ଗୁପ୍ତଚର ଅଧିକାରୀଙ୍କ ଦାବି, ପ୍ରିଗୋଜିନଙ୍କ ବିଦ୍ରୋହ ବିଷୟରେ ପୂର୍ବରୁ ଜାଣିଥିଲେ ଋଷ ଜେନରାଲ

ନ୍ୟୁୟର୍କ,୨୯।୬:ଗତ ସପ୍ତାହରେ ହୋଇଥିବା ଋଷର ଗୃହଯୁଦ୍ଧକୁ ନେଇ ଆମେରିକାର ଗୁପ୍ତଚର ଅଧିକାରୀ ଦାବି କରିଛନ୍ତି ଯେ, ୱାଗନ୍‌ ଗ୍ରୁପ ଦ୍ୱାରା ହୋଇଥିବା ଷଡଯନ୍ତ୍ର ବିଷୟରେ ଋଷର ଜଣେ ପ୍ରଭାବଶାଳୀ ସାମରିକ ଜେନରାଲ ଜାଣିଥିଲେ। କେବଳ ଏତିକି ନୁହେଁ, ଅନ୍ୟ ଋଷର ଜେନେରାଲମାନେ ପରଦା ପଛରେ ଥିବା ବିଦ୍ରୋହକୁ ସମର୍ଥନ କରିଥିଲେ। ଏମାପେ ଋଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗି ଶୋଏଗୁ ଏବଂ ତିନି ସେନାର ଜେନେରାଲ ଭାଲେରୀ ଜେରାସିମୋଭଙ୍କ ବିରୋଧ କରୁଥିଲେ। ସେମାନେ ୱାଗନର୍‌ ପ୍ରମୁଖ ୟେଭେଗେନି ପ୍ରିଗୋଜିନଙ୍କୁ ବିଦ୍ରୋହ କରିବାକୁ ଉତ୍ସାହିତ କରିଥିଲେ। ଆମେରିକାର ଅଧିକାରୀ ଯେଉଁ ସାମରିକ ମୁଖ୍ୟଙ୍କ ନାଁ ନେଇଥିଲେ ସେ ହେଉଛନ୍ତି ସର୍ଜେ ସୁରଭିକିନ। ସର୍ଜେଙ୍କୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ୟୁକ୍ରେନ ଯୁଦ୍ଧର ସାମରିକ ମୁଖ୍ୟ ଭାବେ ନିଯୁକ୍ତି କରିଥିଲେ। ଋଷ ସେନାବାହିନୀର ଜଣେ ପ୍ରଭାବଶାଳୀ ଅଧିକାରୀ ଭାବରେ ଜେନେରାଲ ସୁରୋଭିକିନଙ୍କୁ ବିବେଚନା କରାଯାଏ। ତାଙ୍କ ନେତୃତ୍ୱରେ ରୁଷ ସେନା ସିରିଆରେ ଆସଦ ସରକାରଙ୍କ ବିରୋଧୀଙ୍କ ଉପରେ ହଇଚଇ ସୃଷ୍ଟି କରିଥିଲା।

Share