Categories: ଜାତୀୟ

ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ପଛରେ ରୁଷୀୟ ହ୍ୟାକରର ହାତ

ନୂଆଦିଲ୍ଲୀ, ୧୬। ୩: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ୍ବେବ୍‌ ସାଇଟ୍‌ ହ୍ୟାକ୍‌ ପଛରେ ରୁଷୀୟ ହ୍ୟାକର୍‌ ଗ୍ରୁପ୍‌ର ସମ୍ପୃକ୍ତି ଥିବା ଭାରତୀୟ ସାଇବର ସିକ୍ୟୁରିଟି କମ୍ପାନୀ ପକ୍ଷରୁ କରାଯାଇଥିବା ରିସର୍ଚ୍ଚରୁ ଜଣାପଡ଼ିଛି। ମନ୍ତ୍ରଣାଳୟ ଓ୍ବେବ୍‌ସାଇଟ୍‌ରୁ ହେଲ୍‌ଥ ମ୍ୟାନେଜ୍‌ମେଣ୍ଟ ଇନ୍‌ଫରମେଶନ୍‌ ସିଷ୍ଟମ୍‌ (ଏଚ୍‌ଏମ୍‌ଆଇଏସ୍‌)କୁ ପ୍ରଭାବିତ କରିବା ଏହାର ଉଦ୍ଦେଶ୍ୟ ଥିବା କମ୍ପାନୀ କ୍ଲାଉଡ୍‌ସେକ୍‌ କହିଛି। ପ୍ରୋ-ରୁଷିଆନ୍‌ ହ୍ୟାକର୍‌ ଫୋଲନିକ୍ସ ବିଶେଷ ଭାବେ ଭାରତ ସରକାରଙ୍କ ଓ୍ବେବ୍‌ସାଇଟ୍‌କୁ ଟାର୍ଗେଟ୍‌ କରିଥିବା ରିସର୍ଚ୍ଚରୁ ଜଣାପଡ଼ିଛି।

Share