Categories: ଫୁରସତ

ଭାରତୀୟ ସ୍ବାମୀ ଖୋଜୁଛନ୍ତି ରୁଷୀୟ ଇନ୍‌ଫ୍ଲୁଏନ୍ସର

ନୂଆଦିଲ୍ଲୀ: ସମ୍ପ୍ରତି ସୋସିଆଲ ମିଡିଆରେ ଭିଡିଓ ହେଉ ଅବା ରିଲ୍ସ କୌଣସି ମଧ୍ୟ କଣ୍ଟେଣ୍ଟ୍‌ ଦ୍ରୁତ ଗତିରେ ଭାଇରାଲ ହେଉଛି। ବିଭିନ୍ନ ସୋସିଆଲ ମିଡିଆରେ କଣ୍ଟେଣ୍ଟ୍‌ କ୍ରିଏଟରମାନେ ମଧ୍ୟ ଏପରି ଭିଡିଓ ଅପଲୋଡ୍‌ କରୁଛନ୍ତି ଯାହାକୁ ୟୁଜର୍ସମାନେ ବେଶ୍‌ ପସନ୍ଦ କରୁଛନ୍ତି। ତେବେ ଏହି କଣ୍ଟେଣ୍ଟ୍‌ କ୍ରିଏଟରଙ୍କ ତାଲିକାରେ କେବଳ ଭାରତୀୟ ନୁହେଁ, ବିଦେଶୀ ମଧ୍ୟ ସେମାନଙ୍କ ଜଲୱା ଦେଖାଉଛନ୍ତି। ସମ୍ପ୍ରତି ଜଣେ ରୁଷୀୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଇନଫ୍ଲୁଏନ୍ସର ଜଣକ ଖୁବ୍‌ଶୀଘ୍ର ବିବାହ କରିବାକୁ ଚାହୁଁଛନ୍ତି କିନ୍ତୁ ଏଥିପାଇଁ ସେ ଏକ ସର୍ତ୍ତ ସ୍ଥିର କରିଛନ୍ତି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

ମସ୍କୋର ଦିନାରା ନାମ୍ନୀ ଏହି ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନିକଟରେ ଭାରତ ଗସ୍ତରେ ଆସିଛନ୍ତି। ସେ ଏକ ମଲ୍‌ରେ ବିବାହ କରିବାକୁ ଜଣେ ଭାରତୀୟଙ୍କୁ ଖୋଜୁଥିବା ଦେଖିବାକୁ ମିଳିଛି। ଏନେଇ ଏକ ଭିଡିଓରେ ଦିନାରା ନାଲି ରଙ୍ଗର ଶାଢ଼ି ପିନ୍ଧି କୌଣସି ଭାରତୀୟ ଶପିଂ ମଲ୍‌ରେ ଠିଆ ହୋଇଛନ୍ତି। ସେ ତାଙ୍କ ହାତରେ ଏକ ପ୍ଲାକାର୍ଡ ଧରିଛନ୍ତି, ଯେଉଁଥିରେ ତାଙ୍କୁ ଜଣେ ଭାରତୀୟ ସ୍ବାମୀ ଦରକାର ଥିବା ଲେଖାହୋଇଛି। ଏହି ପ୍ଲାକାର୍ଡରେ ଦିନାରାଙ୍କ ଇନ୍‌ଷ୍ଟାଗ୍ରାମ ଆଇଡିର କ୍ୟୁ ଆର୍‌ କୋଡ୍‌ ମଧ୍ୟ ରହିଛି। ପ୍ଲାକାର୍ଡରେ ଲେଖା ହୋଇଛି, ଇଚ୍ଛୁକ ଆଶାୟୀ ପ୍ରାର୍ଥୀ ଏହି କ୍ୟୁଆର୍‌ କୋଡ୍‌ ସାହାଯ୍ୟରେ ତାଙ୍କୁ ଡିଏମ୍‌ କରନ୍ତୁ। ଦିନାରା ଇନ୍‌ଷ୍ଟାଗ୍ରାମରେ ଏନେଇ ଏକ ରିଲ୍ସ ପୋଷ୍ଟ କରିଛନ୍ତି। ଏହାସହ ତାଙ୍କ ପାଇଁ ଜଣେ ଭାରତୀୟ ସ୍ବାମୀ ଖୋଜିବାରେ ସାହାଯ୍ୟ କରିବାକୁ, ଏହି ପୋଷ୍ଟ’ର କ୍ୟାପଶନ ଯୋଗେ ସେ ତାଙ୍କ ଫଲୋଅର୍ସଙ୍କୁ ନିବେଦନ କରିଛନ୍ତି। ଏହି ଭିଡିଓ ଏବେ ଇନ୍‌ଷ୍ଟାଗ୍ରାମରେ ଖୁବ୍‌ ଭାଇରାଲ ହେଉଛି। ଲୋକମାନେ ତାଙ୍କର ଏହି ଭିଡିଓ ପ୍ରତି ବହୁତ ଆଗ୍ରହ ଦେଖାଉଛନ୍ତି। ଦିନାରଙ୍କ ଏହି ପୋଷ୍ଟ ଦେଖି ଅନେକ ସଂଖ୍ୟାରେ ଭାରତୀୟ ୟୁଜର୍ସ କମେଣ୍ଟ କରି ତାଙ୍କୁ ବିବାହ ନିବେଦନ କରିଛନ୍ତି।

Share