ମସ୍କୋ,୧୫।୩: ରୁଷିଆ ଏବଂ ଆମେରିକାର ତିକ୍ତତା ମଧ୍ୟରେ ଆଉ ଏକ ବଡ ଖବର ଆସିଛ। ଆମେରିକାର ସୈନ୍ୟବାହିନୀ ଅନୁଯାୟୀ, କୃଷ୍ଣ ସାଗରରେ ରୁଷିଆର ଏସ୍ୟୁ-୨୭ ଯୁଦ୍ଧ ବିମାନ ଏବଂ ଆମେରିକାର ଏମ୍କ୍ୟୁ-୯ ରେପର୍ ଡ୍ରୋନ୍ ମୁହାଁମୁହିଁ ଧକ୍କା ହୋଇଛି। ଘଟଣା ପରେ ରୁଷିଆ ଏବଂ ଆମେରିକା ମଧ୍ୟରେ ତିକ୍ତତା ଆହୁରି ବଢିବ ବୋଲି ଅନୁମାନ କରାଯାଉଛି। ଏହି ପ୍ରସଙ୍ଗରେ ଆମେରିକାର ବାୟୁସେନା ଜେନେରାଲ ଜେମ୍ସ ହେକର କହିଛନ୍ତି ଯେ, ଏମ୍କ୍ୟୁ-୯ ଅନ୍ତର୍ଜାତୀୟ ଆକାଶ ଅଞ୍ଚଳରେ ରୁଟିନ ଅପରେଶନ କରୁଥିବାବେଳେ ଏହି ଘଟଣା ଘଟିଛି। ଯାହା ପରେ ଆମର ଡ୍ରୋନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଥିସହ ରୁଷିଆ ବିମାନ ମଧ୍ୟ ନଷ୍ଟ ହୋଇଯାଇଛି। ଏହି ଘଟଣାରେ ସେ ରୁଷିଆକୁ ଦାୟୀ କରିଛନ୍ତି।