ମସ୍କୋ,୩।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ଅଷ୍ଟମ ଦିନରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ସ୍ଥିତି ବିପଦଜ୍ଜନକରେ ପହଞ୍ଚିଛି। ଇତିମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମାର୍ଚ୍ଚ ୨ ଅର୍ଥାତ୍ ବୁଧବାର ରୁଷିଆର କେନ୍ଦ୍ରୀୟ ସାମରିକ ଜିଲାର ୪୧ତମ ମିଳିତ ଶସ୍ତ୍ର ସେନାର ଡେପୁଟି କମାଣ୍ଡର ଆଣ୍ଡ୍ରେଇ ସୁଖୋଭଟସ୍କିଙ୍କର ମୃତ୍ୟୁ ଘଟିଛି। ଏନେଇ ଗୁରୁବାର ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଦାବି କରିଛି। ଏଥିସହ ଯୁଦ୍ଧ ସମୟରେ ୟୁକ୍ରେନ ସୈନ୍ୟମାନେ ରୁଷିଆର ବ୍ୟାପକ କ୍ଷୟକ୍ଷତି କରିଥିବା ମଧ୍ୟ ଦାବି କରାଯାଇଛି। ୟୁକ୍ରେନ ରୁଷିଆର ୩୦ଟି ବିମାନ, ୩୭୪ଟି ଅଟୋ ମୋବାଇଲ କୌଶଳ, ୪୨ଏମ୍ଏଲଆର୍ଏସ୍, ୯୦୦ଏଏଫ୍ଭି, ୩୧ ହେଲିକପ୍ଟର, ୯୦ଟି ଆର୍ଟିଲିରିୟନ୍ ସମେତ ୨୧୭ ଟ୍ୟାଙ୍କ, ୧୧ଟି ଆଣ୍ଟିଆର ଡିଫେନ୍ସକୁ ଧ୍ୱଂସ କରିଛି। କେବଳ ସେତିକି ନୁହେଁ ଯୁଦ୍ଧ ଆରମ୍ଭରୁ ଏପର୍ଯ୍ୟନ୍ତ ୯ହଜାର ରୁଷୀୟ ସୈନ୍ୟଙ୍କୁ ମଧ୍ୟ ହତ୍ୟା କରାଯାଇଛି ବୋଲି ଦାବି କରାଯାଇଛି।