ବିନା ପାର୍ସପୋର୍ଟ, ଭିସାରେ ଋଷିଆରୁ ଆମେରିକା ଯାତ୍ରା କଲେ ବ୍ୟକ୍ତି

ଲସ ଏଞ୍ଜେଲେସ,୧୨।୧୨: ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଯିବାକୁ ହେଲେ ପାର୍ସପୋର୍ଟ ଓ ଭିସା ସହ ଟିକେଟର ଆବଶ୍ୟକ ହୋଇଥାଏ। କିନ୍ତୁ, ଆମେରିକାର ଲସ ଏଞ୍ଜେଲେସରେ ଏକ ଆଶ୍ଚର୍ଯ୍ୟ କରିବା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ରୁଷୀୟ ବ୍ୟକ୍ତି ବିନା ପାସପୋର୍ଟ, ଭିସା ଓ ଟିକେରେ ୟୁରୋପରୁ ଆମେରିକାରେ ପହଞ୍ଚି ଯାଇଛନ୍ତି।
ଯେବେ ଫ୍ଲାଇଟ ଲସ ଏଞ୍ଜେଲ୍ସ ଏୟାରପୋର୍ଟରେ ଲ୍ୟାଣ୍ଡିଂ କଲା ଯାଞ୍ଚ ବେଳେ ଏୟାରପୋର୍ଟ ଅଧିକାରୀମାନେ ଏପରି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବର୍ତ୍ତମାନ ଫେଡରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ(ଏଫବିଆଇ)ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି।

ଏହି ରୁଷୀୟ ବ୍ୟକ୍ତି ଜଣକ ହେଲେ, ସେର୍ଜେ ଭ୍ଲାଦିମିରୋଭିଚ ଓଚିଗାଭା। ସେ ସ୍କାଣ୍ଡିନେଭିଆଇ ଆନ ଏୟାରଲାଇନ୍ସରୁ କୋପେନହାଗେନରୁ ଲସଏଞ୍ଜେଲ୍ସ ଯାଏ ବିନା ଟିକେଟ , ପାସପୋର୍ଟ ଓ ଭିସାରେ ଯାତ୍ରା କରିଥିଲେ ।
ଏନେଇ ଏଫବିଆଇ ଅଧିକାରୀମାନେ କହିଛନ୍ତି, ଅଭିଯୁକ୍ତଜଣକ ରୁଷୀୟ-ଇସ୍ରାଏଲୀୟ ନାଗରିକ ଅଟନ୍ତି। ସେ ୪ ନଭେମ୍ବର ଦ୍ୱିପ୍ରହର ୧ଟା ସମୟରେ ଲସ ଏଞ୍ଜେଲରେ ପହଞ୍ଚିଥିଲେ।
ସୂଚନାମିଳିଛି କି, ବ୍ୟକ୍ତିଜଣକ ଫ୍ଲାଇଟରେ ବାରମ୍ବାର ସିଟ ବଦଳାଉ ଥିଲେ। ଏଥିସହ ଯାତ୍ରୀଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରଥିଲେ। ସେ ଫ୍ଲାଇଟରେ ଦୁଇ ଥର ଖାଇବା ଅର୍ଡର କରି ଖାଇଥିଲେ।

Share