Categories: ଜାତୀୟ

ରୁଷିଆ ପ୍ରେମିକ ହିନ୍ଦୁ ରୀତିନୀତିରେ ୟୁକ୍ରେନ୍‌ର ଯୁବତୀଙ୍କୁ କଲେ ବିବାହ,ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୫।୮: ପ୍ରେମର କୌଣସି ସୀମା ନାହିଁ। ଏହାକୁ ସତ୍ୟ ପ୍ରମାଣ କରି ଦେଖାଇଛନ୍ତି ରୁଷିଆ- ୟୁକ୍ରେନ୍‌ର ପେମୀଯୁଗଳ। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଖାତିର୍‌ ନ କରି ପେମୀଯୁଗଳ ହିମାଚଳ ପ୍ରଦେଶର ଧରମଶାଳାଠାରେ ହିନ୍ଦୁ ରୀତିନୀତିରେ ପରସ୍ପରକୁ ବିବାହ କରିଛନ୍ତି। ଏହାସହ ଜଣେ ହିନ୍ଦୁ ପୁରୋହିତ ସେମାନଙ୍କର ବିବାହ କରାଇଥିଲେ। ହିନ୍ଦୁ ନୀତି ଅନୁଯାୟୀ ଏହି ପେମୀଯୁଗଳି ଶପଥନେବା ସହ ପବିତ୍ର ଅଗ୍ନି ଚାରିପାଖରେ ସାତ ଫେରା ନେଇଥିଲେ। ଏହି ବିବାହ ଉତ୍ସବରେ ସ୍ଥାନୀୟ ଲୋକ ତଥା ବିଦେଶର ଦମ୍ପତିଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟ ଉପସ୍ଥିତ ରହିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୁହେଁ ପ୍ରାୟ ଏକ ବର୍ଷ ଧରି ହିମାଚଳର ଧରମକୋଟ ଗ୍ରାମରେ ରହୁଥିଲେ।

Share