କ୍ୱିଭ ମୁହାଁ ରୁଷିଆ ସେନା, ୬୪ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ

କ୍ୱିଭ,୧ ।୩: ୟୁକ୍ରେନ୍ ଉପରେ ଲଗାତାର ଆକ୍ରମଣ ଜାରି ରଖିଛି ୟୁକ୍ରେନ୍ । ଖୁବଶୀଘ୍ର ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭକୁ ନିଜ ଦଖଲକୁ ଆଣିବାକୁ ଚେଷ୍ଟା ଚଳାଇଛି । ଏଥିପାଇଁ ଏବେ କ୍ୱିଭ ମୁହାଁ ହୋଇଛନ୍ତି ରୁଷିଆ ସେନା । ସଦ୍ୟ ଆସିଥିବା ଖବରରୁ ଜଣାପଡିଛି କି ସାଟେଲାଇଟ ଚିତ୍ରରୁ ଯାହା ଜଣାପଡୁଛି ପ୍ରାୟ ୬୪ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଲାଣି ରୁଷିଆ ସେନା । ଏହା ରାଜଧାନୀ କ୍ୱିଭର ଉତ୍ତର ପଟରେ ଥିବା ଦେଖାଯାଇଛି । ମେକ୍ସାସ ଟେକ୍ନୋଲୋଜି ପକ୍ଷରୁ ଜାରି କରାଯାଇଥିବା ଫଟୋରୁ ଏହା ଜଣାପଡିଛି । ୬୪ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ସେନାଙ୍କ କାଫିଲାରେ ବଖତରବନ୍ଦ, ଟ୍ୟାଙ୍କ, ତୋପଖାନେ ଓ ସପୋର୍ଟ ଗାଡି ସାମିଲ ରହିଛି । ପୂର୍ବରୁ ଏହା ୨୫ କିଲୋମିଟର ଲମ୍ବା ଥିବା ବେଳେ ଏବେ ଏହା ୬୪ କିଲୋମଟିର ପର୍ଯ୍ୟନ୍ତ ବଢିଯାଇଛି । ଏହାସହ ଦକ୍ଷିଣ ବେଲାରୁସରେ ସେନା ଓ ହେଲିକପ୍ଟର ବି ମୁତୟନ କରାଯାଇଛି ।

Share