ରୁଷିଆ ସୈନ୍ୟଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଅଭାବ, ଉତ୍ପାଦନ ପାଇଁ ଶିଳ୍ପ ସଂସ୍ଥାଙ୍କୁ ଅନୁରୋଧ କଲେ ପୁଟିନ…

ମସ୍କୋ,୨୪।୧୨ : ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ପାଖରେ ଧୀରେଧୀରେ ଅସ୍ତ୍ରଶସ୍ତ୍ର କମିବାରେ ଲାଗିଛି। ଏପରିସ୍ଥଳେ ରାଷ୍ଟ୍ରପତି ଭ୍ଲାଡିମିର ପୁୂଟିନ ଦେଶର ପ୍ରତିରକ୍ଷା ଶିଳ୍ପସଂସ୍ଥାଙ୍କୁ ଅଧିକ ଅସ୍ତ୍ରଶସ୍ତ୍ର ତ୍ତତ୍ପାଦନ ପାଇଁ ଅନୁରୋଧ କରିଛନ୍ତି। ଏକ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରୁଥିବା କେନ୍ଦ୍ର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି। ଯୁଦ୍ଧ ଲଢୁଥିବା ସୈନ୍ୟମାନଙ୍କ ପାଖରେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ନାହିଁ।

ଏପରିସ୍ଥଳେ ପ୍ରତିରକ୍ଷା ଉପକରଣ ନିର୍ମାଣ କରୁଥିବା ଶିଳ୍ପ ସଂସ୍ଥାଗୁଡ଼ିକ ନିଜ ନିଜର ଉତ୍ପାଦନ ବୃଦ୍ଧି ପାଇଁ କାର୍ଯ୍ୟ କରିବା ଜରୁରୀ ବୋଲି ସେ କହିଛନ୍ତି। କମ୍‌ ସମୟ ମଧ୍ୟରେ ଗୁଣବତ୍ତାଯୁକ୍ତ ଅସ୍ତ୍ରଶସ୍ତ୍ର ବିକଶିତ କରିବାକୁ ପୁଟିନ ଆହ୍ବାନ ଜଣାଇଛନ୍ତି।

Share