Categories: ଜାତୀୟ

ୟୁକ୍ରେନର ଚେର୍ନିହିଭ ଉପରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣ: ୫ ମୃତ, ୧୧ ଶିଶୁଙ୍କ ସମେତ ୩୭ ଆହତ…

କିଭ୍‌,୧୯।୮ : ଉତ୍ତର ୟୁକ୍ରେନ ଚେର୍ନିହିଭ ସହରର ଏକ କେନ୍ଦ୍ରୀୟ ଅଞ୍ଚଳ ଉପରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୧୧ ଶିଶୁ ଅଛନ୍ତି ବୋଲି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଶନିବାର ଏହି ସୂଚନା ଦେଇଛି।

ମନ୍ତ୍ରଣାଳୟ କହିଛି ଏହି ଆକ୍ରମଣ ଘଟିବା ସମୟରେ ଲୋକମାନେ ଧାର୍ମିକ ଛୁଟିଦିନ ପାଳନ କରିବାକୁ ଚର୍ଚ୍ଚକୁ ଯାଉଥିଲେ। ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିୟର ଜେଲେନସ୍କି ସୋସିଆଲ ମିଡିଆ ଟେଲିଗ୍ରାମରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି, ରୁଷିଆର ଏକ କ୍ଷେପଣାସ୍ତ୍ର ଆମର ଚେର୍ନିହିଭକୁ ସହରର ମଧ୍ୟଭାଗରେ ମାଡ ହୋଇଛି। ଏହା ଏକ ଛକ। ଏଠାରେ ପଲିଟେକ୍ନିକ ବିଶ୍ୱବିଦ୍ୟାଳୟ ଏବଂ ଥିଏଟର ଅଛି।

ଜେଲେନସ୍କିଙ୍କ ପୋଷ୍ଟ ସହିତ ଶେୟାର ହୋଇଥିବା ଭିଡିଓରେ ଥିଏଟର ସମ୍ମୁଖରେ ଛକରେ ଆବର୍ଜନା ଜମା ହୋଇଥିବାର ଦେଖାଯାଉଛି। ସେଠାରେ ଅଟକି ରହିଥିବା କାରଗୁଡିକ କ୍ଷତିଗ୍ରସ୍ତ ହୋଇଛି।

 

Share