କ୍ରିମିଆ ବ୍ରିଜ ବିସ୍ଫୋରଣ ପରେ ଅସ୍ଥିର ହୋଇ ଉଠିଛି ରୁଷିଆ, ୟୁକ୍ରେନ୍ ଉପରେ ପକାଇଲା ୭୫ ମିଶାଇଲ, ଗୁଇନ୍ଦା ଏଜେନ୍ସିର ହେଡକ୍ୱାଟରକୁ ବି ଟାର୍ଗେଟ

ମସ୍କୋ,୧୦ ।୧୦: ରୁଷିଆ ଅଧିନରେ ଥିବା କ୍ରିମିଆ ଉପଦ୍ୱୀପର ଏକ ପୋଲକୁ ବିସ୍ଫୋରଣରେ ଉଡାଇ ଦିଆଯିବା ପରେ ଏବେ ଅଧିକ ଆକ୍ରମକ ହୋଇଯାଇଛି ରୁଷିଆ । ରୁଷିଆ ଏହାର ଜବାବରେ ୟୁକ୍ରେନର ଅଧିକାଂଶ ଅଞ୍ଚଳରେ ମିଶାଇଲ ମାଡ କରିଛି । କୁହାଯାଉଛି କି ସୋମବାର ଅର୍ଥାତ୍ ଅକ୍ଟୋବର ୧୦ରେ ରୁଷିଆ ୟୁକ୍ରେନ୍ ଉପରେ ଅତିକମରେ ୭୫ ଟି ମିଶାଇଲ ପକାଇଛି ।

ରୁଷିଆର ଏହି ଆକ୍ରମଣକୁ କାର୍ପେଟ ବମିଂ ବୋଲି କୁହାଯାଉଛି । ୟୁକ୍ରେନର ଗୁଇନ୍ଦା ଏଜେନ୍ସି (ଏସବିୟୁ) ମୁଖ୍ୟାଳୟକୁ ରୁଷିଆ ଟାର୍ଗେଟ କରିଥିବା କୁହାଯାଉଛି । ଦିର୍ଘ ୮ ମାସ ଧରି ଚାଲିଥିବା ୟୁକ୍ରେନ୍‌-ରୁଷିଆ ଯୁଦ୍ଧ କମିବାର ତ ନାଁ ନେଉନି । ବରଂ ଏହି ସମୟରେ ରଷିଆ ଏବେ ୟୁକ୍ରେନର ଅନ୍ୟ ଅଞ୍ଚଳ ଉପରେ ନଜର ପକାଇଲାଣି । ତେବେ କ୍ରିମିଆ ପୋଲ ବିସ୍ଫୋରଣ ପରେ ଏବେ ରୁଷିଆ ୟୁକ୍ରେନର ଜନବସତିପୂର୍ଣ୍ଣ ଅଞ୍ଚଳରେ ଆକ୍ରମଣ ଆରମ୍ଭ କରିଦେଇଛି । କ୍ରିମିଆ ପୋଲ ବିସ୍ଫୋରଣ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍ ବିରୋଧରେ ଚାଲଇଥିବା ସ୍ପେଶାଲ ମିଲିଟ୍ରି ଅପରେଶନର ଜଏଣ୍ଟ ଗ୍ରୁପ ଅଫ୍ ଫୋର୍ସେସର କମାଣ ନୂଆ ଜେନରାଲ ସର୍ଜେଣ୍ଟ ସୁରୋଭିକିନଙ୍କୁ ଦେଇଛନ୍ତି । ସୁରୋଭିକିନ ହେଉଛନ୍ତି ସେହି ବ୍ୟକ୍ତି ଯେକି ସିରିଆରେ କାର୍ପେଟ ବମିଂ ପାଇଁ ପ୍ରସୁଦ୍ଧ ଥିଲେ ଓ ସେ ହିଁ ସିରିଆର ଯୁଦ୍ଧର ବାତାବରଣକୁ ବଦଳାଇ ଦେଇଥିଲେ ।
ରୁଷିଆର ଏହି ଆକ୍ରମଣ ପରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଏକ ଭିଡିଓ ଶେୟାର କରିଥିବା ଦେଖାଯାଇଛି । ଯେଉଁଥିରେ ୟୁକ୍ରେନର ବଡ ବଡ କୋଠାରୁ ଧୂଆଁ ବାହାରୁଥିବା ନଜର ଆସିଛି । ଏହା ରୁଷିଆର ଆକ୍ରମଣ ବୋଲି କୁହାଯାଉଛି ।

Share