ପୁଣି ୟୁକ୍ରେନ୍‌ ଉପରେ ମିଶାଇଲ ଆକ୍ରମଣ କଲା ରୁଷିଆ: କିଭ୍‌ରେ ଜଣେ ମୃତ, ଅନେକ ଅଞ୍ଚଳରେ ବ୍ଲାକ୍‌ ଆଉଟ୍‌

କିଭ୍‌,୨୬।୧: ରୁଷିଆ ପୁଣି ଥରେ ୟୁକ୍ରେନ୍‌ ଉପରେ ମିଶାଇଲ୍‌ ଆକ୍ରମଣ କରିଛି। ଗୁରୁବାର ସକାଳେ ରାଜଧାନୀ କିଭ୍‌ରେ ରୁଷିଆ ସୈନ୍ୟ ମିଶାଇଲ୍‌ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଆକ୍ରମଣ ପରେ କିଭ୍‌ର କେତେକ ଅଞ୍ଚଳରେ ବଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ସେହିପରି ଓଡେସାର କାଳା ସାଗର ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ଇନ୍‌ଫ୍ରାଷ୍ଟକ୍‌ଚର ମଧ୍ୟ ବହୁ କ୍ଷତି ପହଞ୍ଚିଛି। ଏହି ଘଟଣା ବିଷୟରେ କିଭ୍‌ର ମେୟର ସୂଚନା ଦେଇଛନ୍ତି। ଅନ୍ୟପଟେ ରୁଷିଆ ମିଶାଇଲ୍‌ ଆକ୍ରମଣ ପରେ ୟୁକ୍ରେନ୍‌ରେ ଆଲର୍ଟ ଜାରି କରାଯାଇଛି। ସାରା ଦେଶରେ ଏୟାର ଆଲର୍ଟ ସମୟରେ ବହୁ ସଂଖ୍ୟାରେ ଲୋକମାନେ ରାଜଧାନୀର ମେଟ୍ରୋ ଷ୍ଟେଶନରେ ଆଶ୍ରୟ ନେଇଛନ୍ତି। ଏହାପୂର୍ବରୁ ରୁଷିଆ ଅକ୍ଟୋବରରେ ୟୁକ୍ରେନ୍‌ର ପାଓ୍ବାର ଗ୍ରୀଡ ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲା।

Share