ଖାର୍କିଭରେ ଆପାର୍ଟମେଣ୍ଟକୁ ଟାର୍ଗେଟ କଲା ରୁଷିଆ ମିଶାଇଲ: ୫ ମୃତ ୧୩ ଆହତ

ଖାର୍କିଭ,୧୮ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ମାସେରୁ ଊର୍ଦ୍ଧ୍ୱ ସମୟ ହୋଇଗଲାଣି । ହେଲେ ଏହା ଥମିବାର କୌଣସି ଅଭାସ ମିଳୁନାହିଁ । ରୁଷିଆ ସେନା ଲଗାତାର ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରି ଚାଲିଛନ୍ତି । ଏପଟେ ୟୁକ୍ରେନ୍ ସେନା ବି ରୁଷିଆ ସେନାଙ୍କୁ କଡା ଜବାବ ଦେଇ ଚାଲିଛନ୍ତି । ଏହି ଯୁଦ୍ଧ ମଧ୍ୟରେ କେବଳ ୟୁକ୍ରେନ୍ ନୁହେଁ ରୁଷିଆର ବି ବହୁ କ୍ଷତି ହେଲାଣି । ଯେଉଁଥିପାଇଁ ରାଗରେ ରୁଷିଆ ୟୁକ୍ରେନ୍ ଉପରେ ବୋମା ମାଡ କରି ଚାଲିଛି ।
ଏବେ ଖାର୍କିଭ ଓବ୍ଲାଷ୍ଟର ଗଭର୍ନର ଓଲେହ ସିନେହୁବୋବ ଏପ୍ରିଲ ୧୭ରେ ସୂଚନା ଦେଇଛନ୍ତି, ରୁଷିଆ ସେନା ଗତ ୨୪ ଘଣ୍ଟା ମଧ୍ୟରେ ୨୩ ଥର ଖାର୍କିଭ ଉପରେ ଗୁଳିମାଡ କରିଛନ୍ତି । କୁହାଯାଉଛି କି ସହର ଉପରେ ହୋଇଥିବା ଆକ୍ରମଣ ସମୟରେ ଏକ ମିଶାଇଲ ଆପାର୍ଟମେଣ୍ଟକୁ ଟାର୍ଗେଟ କରିବାରୁ ୫ ଜଣଙ୍କ ମୃତ୍ୟୁ ହେବା ସହ ୧୩ ଆହତ ହୋଇଛନ୍ତି । ରିପୋର୍ଟରେ କୁହାଯାଇଛି କି ଉଦ୍ଧାରକାରୀ ଦଳ ଗୁଳିକାଣ୍ଡ ପ୍ରଭାବିତ ସ୍ଥାନରେ ଲଗାତାର କାମ କରିଚାଲିଛନ୍ତି ।

Share