ଆମେରିକା ବୈଦେଶିକ ମନ୍ତ୍ରୀଙ୍କ କିଭ୍‌ ଗସ୍ତବେଳେ ଗୁଳିମାଡ କଲା ଋଷିଆ, ୧୭ମୃତ

କିଭ୍‌,୭।୯: ପୂର୍ବ ୟୁକ୍ରେନର ଏକ ସହରର ବଜାରରେ ଋଷିଆ ଗୁଳିମାଡ କରିଛି। ସାନି ଗୁଳିମାଡରେ ୧୭ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନେକ ଲୋକ ଆହତ ହୋଇଛନ୍ତି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଋଷିଆ ବିରୋଧରେ ୟୁକ୍ରେନ ଯବାନଙ୍କୁ ସମର୍ଥନ କରିବାକୁ କିଭ୍‌ରେ ପହଞ୍ଚିଥିଲେ। ଏହି ସମୟରେ ଋଷିଆ ୟୁକ୍ରେନର ଏକ ସହରକୁ ଗୁଳିମାଡ କରିଥିଲା।

ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ବଜାରରେ ନିଆଁ ଲିଭାଇଥିଲେ। ଗୁଳିମାଡରେ ୧୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୨ଜଣ ଆହତ ହୋଇଥିବା ୟୁକ୍ରେନର ଆଭ୍ୟନ୍ତରୀଣ ମନ୍ତ୍ରୀ ଇହୋର କ୍ଲିମେଙ୍କୋ କହିଛନ୍ତି।

ସୂଚନାଯୋଗ୍ୟ, ଋଷିଆ ଆକ୍ରମଣରେ ୨୦ ଦୋକାନ, ବିଦ୍ୟୁତ ଲାଇନ, ପ୍ରଶାସନିକ ଭବନ ଇତ୍ୟାଦି କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି ଏସମ୍ପର୍କରେ କହିଛନ୍ତି ଯେ ଋଷିଆ ୟୁକ୍ରେନର ଏକ ବଜାର ଉପରେ ଆକ୍ରମଣ କରି ନିରୀହ ଲୋକଙ୍କୁ ଟାର୍ଗେଟ କରିଛି। ସେହି ସମୟରେ ପାଖରେ କୌଣସି ସୁରକ୍ଷା ବଳ ନ ଥିଲେ।

Share