ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ

କିଭ୍‌,୩୧ା୭: ଦୀର୍ଘଦିନ ଧରି ରୁଷିଆ-ୟୁକ୍ରେନ ଯୁଦ୍ଧ ଲାଗିଥିଲେ ମଧ୍ୟ ସରିବାର ନାଁ ନେଉନି। ଉଭୟ ଦେଶ ନିଜ ନିଜର ପରାକ୍ରମ ଦେଖାଇ ଚାଲିଛନ୍ତି। କେବେ ୟୁକ୍ରେନ ରୁଷିଆ ଉପରେ ଆକ୍ରମଣ କରୁଛନ୍ତି ତ କେବେ ରୁଷିଆ ଆକ୍ରମଣ କରି ଏହାର ପ୍ରତିଶୋଧ ନେଉଛି। ସୋମବାର ଦକ୍ଷିଣ ୟୁକ୍ରେନ କିଭ୍‌ର ରିହରେ ରୁଷିଆ କ୍ଷେପଣାସ୍ତ୍ର ଆକ୍ରମଣ କରିଛି ବୋଲି ୟୁକ୍ରେନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି।

ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିବା ସହରର ଏକ ଅନିଶ୍ଚିତ ଭିଡିଓରେ ୯ ମହଲା କୋଠା ପାର୍ଶ୍ୱରେ ଏକ ଫାଙ୍କା ଛିଦ୍ର ଏବଂ ଭିତରେ ନିଆଁ ଦେଖାଯାଇଥିଲା। ଆହତଙ୍କ ସମ୍ପର୍କରେ କୌଣସି ଖବର ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।

Share