ୟୁକ୍ରେନ ଉପରେ ପୁଣି ମିଶାଇଲ୍‌ ମାଡ଼ କଲା ରୁଷିଆ: ୪ ମୃତ, ଅନେକ ଆହତ

କିଭ୍‌,୧।୮: ୟୁକ୍ରେନ ଉପରେ ପୁଣି ମିଶାଇଲ୍‌ ମାଡ଼ କରିଛି ରୁଷିଆ। ଏଥିରେ ଜଣେ ଶିଶୁ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ୟୁକ୍ରେନର ଆଭ୍ୟନ୍ତରୀଣ ମନ୍ତ୍ରୀ ଇହୋର କ୍ଲିମେଙ୍କୋ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରୁଷିଆର ମିଶାଇଲ୍‌ ଗୁଡ଼ିକ ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ମାଡ଼ ହୋଇଥିଲା। କ୍ରିଭି ରିହ ସହର କେନ୍ଦ୍ରୀୟ ୟୁକ୍ରେନରେ ଅବସ୍ଥିତ ଏବଂ ଏହା ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଗୃହ ନଗର।
ସୂଚନଯୋଗ୍ୟ, ଗତବର୍ଷ ଫେବୃଆରୀରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏଥିରେ ଅନେକ ସୈନ୍ୟ ଏବଂ ସାଧାରଣ ଲୋକ ପ୍ରାଣ ହରାଇଲେଣି।

Share