ଭିନିତ୍‌ସିଆରେ ରୁଷିଆର ମିଶାଇଲ ମାଡ଼: ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି, ଏବେବି ୩୯ ନିଖୋଜ

କିଭ୍‌,୧୫ା୭: କେନ୍ଦ୍ରୀୟ ୟୁକ୍ରେନ୍‌ର ଭିନିତ୍‌ସିଆ ସହରରେ ରୁଷିଆ ପକ୍ଷରୁ ମିଶାଇଲ ମାଡ଼ କରାଯାଇଛି। ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡିଛି। ୬ ମୃତକଙ୍କ ପରିଚୟ ମିଳିଥିବା ବେଳେ ଏବେବି ୩୯ ଜଣ ନିଖୋଜ ଥିବା କୁହାଯାଇଛି। ରୁଷୀୟ ସୈନ୍ୟ ଜାଣିଶୁଣି ଜନବସତି ଅଞ୍ଚଳକୁ ଟାର୍ଗେଟ କରୁଛନ୍ତି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଭିଯୋଗ ଆଣିଛନ୍ତି।

ଉପରେ ରୁଷିଆର ଆକ୍ରମଣ ୨୦ସପ୍ତାହରେ ପହଞ୍ଚିଥିବା ବେଳେ ବ୍ଲାକ୍‌ ସିକୁ ଟାର୍ଗେଟର ମାଧ୍ୟମ କରିଛି ମସ୍କୋ। କୃଷ୍ଣ ସାଗରରେ ରୁଷିଆର ଏକ ବୁଡ଼ାଜାହାଜରୁ କାଲିବର କ୍ରୁଜ୍‌ ମିଶାଇଲ ଉତ୍‌କ୍ଷେପଣ କରାଯାଇଥିଲା। କିଭ୍‌ରୁ ୨୬୮ କି.ମି. ଦୂରରେ ଥିବା ଭିନିତ୍‌ସିଆ ଅଞ୍ଚଳକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛଡ଼ାଯାଇଥିବା ବେଳେ ସେଥିରୁ ୨ଟିକୁ ୟୁକ୍ରେନ୍‌ ଖସାଇ ଦେଇଥିବା ଦାବି କରିଛି। ମାଡ଼ ହୋଇଥିବା ଅନ୍ୟ ୨ ମିଶାଇଲ ଯୋଗୁ ୨୩ଜଣଙ୍କ ମୃତ୍ୟୁ ଘଟିଛି।

Share