କିଭ୍‌ରେ ମିଶାଇଲ ବର୍ଷା

କିଭ୍‌,୧୭।୧୨: ରୁଷିଆ ପକ୍ଷରୁ ଶୁକ୍ରବାର କିଭ୍‌ ସମେତ ୪ ୟୁକ୍ରେନୀୟ ସହରରେ ୬୦ରୁ ଉର୍ଦ୍ଧ୍ୱ ମିଶାଇଲ ମାଡ଼ କରାଯାଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି। ୟୁକ୍ରେନ୍‌ର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ରେ ଅନେକ ହଜାର ଲୋକ ବାସଚ୍ୟୁତ ହୋଇ ଷ୍ଟେଶନଗୁଡ଼ିକରେ ଆଶ୍ରୟ ନେଇଛନ୍ତି। ଜାପୋରିଝିଆ ଓ କ୍ରିଭି ରିହରେ ମଧ୍ୟ ଅନେକ ଭିତ୍ତିଭୂମି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଆମେରିକା ୟୁକ୍ରେନ୍‌କୁ ପାଟ୍ରୋଇଟ୍‌ ଏୟାର ଡିଫେନ୍ସ ସିଷ୍ଟମ୍‌ ଓ ତାକୁ ପରିଚାଳନା କରୁଥିବା କ୍ରିୟୁ ଦେଲେ ସେମାନେ ମଧ୍ୟ ରୁଷୀୟ ଟାର୍ଗେଟର ଶିକାର ହେବେ ବୋଲି ଏହା ପୂର୍ବରୁ ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ଚେତାବନୀ ଦେଇଥିଲା।

Share