ରୁଷରେ ଜଣେ କୋଟିପତି ବ୍ୟବସାୟୀଙ୍କ ଝିଅ ବହୁତ ଉଚ୍ଚ କୋଠାର ଝରକାରୁ ପଡ଼ି ମୃତ୍ୟୁ ବରଣ କରିଛନ୍ତି। ସେ ହେଲେ ୧୯ ବର୍ଷିୟା ଭାଲେରିଆ ଶାପିଲେନକୋ। ତେବେ ଅପରାଧିକ ଷଡଯନ୍ତ୍ର କାରଣରୁ ମୃତ୍ୟୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ମାତ୍ର ଶାପିଲେନକୋଙ୍କ ପିତା ଏହା କୁ ଅସ୍ବୀକାର କରିଛନ୍ତି।ଏହି ଗୁଜବକୁ ଅଣଦେଖା କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।
‘ଟେକ୍ନୋ ପାର୍କ’ ନେଟୱାର୍କର ମାଲିକ ତଥା ମୃତ ଯୁବତୀଙ୍କ ପିତା କହିଛନ୍ତି, ଦୁର୍ଭାଗ୍ୟବଶତଃ ଝିଅ ଶାପିଲେନକୋ ଶୋଇବା ଘର ଝରକାରୁ ଖସିପଡିଥିଲା। ଏଥିରେ ଅପରାଧ ଭଳି କିଛି ନାହିଁ ।
୧୯ ତମ ଜନ୍ମଦିନର ପରଦିନ ଅପରାହ୍ନରେ ଝିଅର ମୃତ୍ୟୁ ଏକ ଷଡଯନ୍ତ୍ର ଭଳି ଲାଗୁଥିବା ବେଳେ ତାଙ୍କ ବାପା ଏହାକୁ ଖଣ୍ଡନ କରିଛନ୍ତି।
ସୂଚନାଯୋଗ୍ୟ, ତାଙ୍କ ବାପା କହିଥିଲେ ଯେ, ଯେତେବେଳେ ସେ ଝିଅର ଚିତ୍କାର ଶୁଣି ଶୋଇବା ଘର ଭିତରକୁ ଗଲେ, ଝରକା ଖୋଲା ଥିଲା।
ତେବେ ପୋଲିସ କହିଛି , ପ୍ରାରମ୍ଭିକ ଅନୁସନ୍ଧାନରେ ସେପରି କିଛି ମିଳିନାହିଁ’, କିନ୍ତୁ ତଦନ୍ତ ଚାଲିଛି। କୌଣସି ସୁଇସାଇଡ ନୋଟ ମଧ୍ୟ ମିଳିଲା ନାହିଁ।