ପୁଟିନଙ୍କ ବିରୋଧୀ ତଥା ବିପକ୍ଷ ନେତାଙ୍କୁ ଚା’ରେ ଦିଆଯାଇଛି ବିଷ: ଅବସ୍ଥା ସଙ୍କଟାପନ୍ନ !

ମସ୍କୋ,୨୦।୮: ରୁଷିଆର ବିରେଶଧୀ ଦଳ ନେତା ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧୀ ଏଲେକ୍ସି ନାଭାଲନୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ସେ ଏବେ ଭେଣ୍ଟିଲେଟରରେ ଅଛନ୍ତି। ତାଙ୍କର ଜଣେ ପ୍ରବକ୍ତାଙ୍କ ସୂଚନା ମୁତାବକ ବିମାନ ଯାତ୍ରା ସମୟରେ ତାଙ୍କୁ କେହି ଚା’ରେ ବିଷ ଦେଇଥିବାରୁ ତାଙ୍କର ଅବସ୍ଥା ଏପରି ହୋଇଛି। କୌଣସି ଏକ କାମରେ ସେ ସାଇବେରିଆ ଗସ୍ତ ସାରି ମସ୍କୋ ଫେରୁଥିବା ସମୟରେ ଏହା ଘଟିଥିବା ସେ କହିଛନ୍ତି। ବିମାନ ଯାତ୍ରା ସମୟରେ ନାଭାଲନୀଙ୍କ ସ୍ବାସ୍ଥ୍ୟ ବିଗିଡି ଯିବାରୁ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା। ଟୁଇଟ୍‌ କରି ତାଙ୍କ ପ୍ରବକ୍ତା କିରା ୟାରମ୍ସ କହିଛନ୍ତି ଏବେ ନାଭାଲନୀ କୋମାରେ ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସକାଳୁ ସକାଳୁ ନାଭାଲନୀ କେବଳ ଚା’ ପିଅନ୍ତି ଓ ବିମାନରେ ଚା’ ପିଇବାର କିଛି ସମୟ ପରେ ବାନ୍ତି କରିବା ଆରମ୍ଭ କରିଥିଲେ। ଏହାପରେ ବିମାନଟିକୁ ଜରୁରୀ ଅବତରଣ କରାଯାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Share