ଯୁଦ୍ଧକୁ ନିନ୍ଦା କଲେ ରୁଷୀୟ ପାଇଲଟ୍‌, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ, ୧୫ା୩: ୟୁକ୍ରେନ୍‌ ଉପରେ ଆକ୍ରମଣକୁ ବିରୋଧ କରି ଜଣେ ରୁଷୀୟ ପାଇଲଟ ନିଜ ଦେଶକୁ ନିନ୍ଦା କରିଛନ୍ତି। ୟୁକ୍ରେନ୍‌ ଯୁଦ୍ଧ ଏକ ଅପରାଧ ବୋଲି ସେ ବିମାନ ଭିତରେ କହୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିମାଟି ଉଡ଼ାଣ ଭରୁଥିବାବେଳେ ପାଇଲଟ୍‌ ଜଣକ ଏହା କହିଥିଲେ। ଏଥିସହ ତୁରନ୍ତ ଏହି ଯୁଦ୍ଧ ବନ୍ଦ କରିବାକୁ ସେ ଦାବି କରିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସମେତ ୟୁକ୍ରେନ୍‌ର କୂଟନୀତିଜ୍ଞ ଓଲେକ୍ସଜାଣ୍ଡର ଶେର୍‌ବା ପାଇଲଟ୍‌ଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି।

Share