ରୁଷିଆରେ ଟଳିଲା ବଡ ବିମାନ ଦୁର୍ଘଟଣା, ୟୁରାଲ ଏୟାରଲାଇନ୍ସର ଜରୁରୀ ଅବତରଣ

ମସ୍କୋ,୧୨।୯: ରୁଷିଆର ୟୁରାଲ ଏୟାରଲାଇନ୍ସର ବିମାନ ୧୩୮୩କୁ ଜରୁରୀ ଅବତରଣ କରାଯାଇଛି। ବିମାନରେ ୧୫୯ ଜଣ ଯାତ୍ରୀ ଥିଲେ। ମଙ୍ଗଳବାର ଦିଆଯାଇଥିବା ସୂଚନା ଅନୁଯାୟୀ ବିମାନଟି ରୁଷିଆର ନୋଭୋସିବିରସ୍କ ଅଞ୍ଚଳରେ ଜରୁରୀକାଳୀନ ଅବତରଣ କରିଛି। ସୌଭାଗ୍ୟବଶତଃ ଏହି ଜରୁରୀକାଳୀନ ଅବତରଣ ସମୟରେ କୌଣସିି ଆହତ ହେବାର ଖବର ନାହିଁ। ଏହି ବିମାନଟି ସୋଚିରୁ ଓମସ୍କ ଅଭିମୁଖେ ଯାଉଥିଲା।

ସୂଚନାଯୋଗ୍ୟ, ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ଏଭଳି ପରିସ୍ଥିତିରେ ରୁଷିଆରେ ଏକ ବିମାନର ଜରୁରୀ ଅବତରଣ ଫଳରେ ସେଠାରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା।

 

Share