ଜିନପିଙ୍ଗଙ୍କୁ ଭେଟିଲେ ପୁଟିନ୍‌

ବେଜିଂ,୧୮।୧୦: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବେଜିଂରେ ସାକ୍ଷାତ କରିଛନ୍ତି। ସାକ୍ଷାତକାରରେ ସେମାନେ ପରସ୍ପର ମଧ୍ୟରେ ବୈଦେଶିକ ନୀତିର ସମନ୍ବୟ ରକ୍ଷା କରିବାକୁ ଆହ୍ବନ ଦେଇଛନ୍ତି। ମସ୍କୋର ୟୁକ୍ରେନ ଉପରେ ଆକ୍ରମଣ ଏବଂ ତାଇୱାନ ବିରୋଧରେ ବେଜିଂର ବଢୁଥିବା ଧମକକୁ ନେଇ ସମ୍ଭାବ୍ୟ ଆଲୋଚନା ହୋଇପାରେ। ସି ଜିନପିଙ୍ଗ ଏବଂ ପୁଟିନ ବୈଠକରେ ବାଣିଜ୍ୟ ଏବଂ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭର ଦଶମ ବାର୍ଷିକୀ ଉପରେ ଆଲୋଚନା କରଛନ୍ତି।

Share