ମସ୍କୋ,୫।୧୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ କିଛି ମାସରୁ ଯୁଦ୍ଧ ଜାରି ରହିଛି। ତେବେ ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ସୋମବାର କ୍ରିମିଆ ବ୍ରିଜ୍ ପରିଦର୍ଶନ କରିଛନ୍ତି। ଏହେଉଛି ସେହି ପୋଲ ଯାହା ରୁଷିଆ ଏବଂ କ୍ରିମିଆକୁ ସଂଯୋଗ କରିଥାଏ। ଏହି ପୋଲକୁ ଅକ୍ଟୋବରରେ ୟୁକ୍ରେନ୍ ସୈନ୍ୟ ବୋମା ପକାଇ ନଷ୍ଟ କରିଥିଲେ। ଏହି ପୋଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ରୁଷିଆ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ୟୁକ୍ରେନ ଉପରେ ଅନେକ ବୋମା ବର୍ଷା କରିଥିଲା। ୧୯ କିଲୋମିଟର ଲମ୍ବା ଏହି ପୋଲ ରୁଷିଆ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ବୋମା ବିସ୍ଫୋରଣର କିଛି ମାସ ପରେ ରାଷ୍ଟ୍ରପତି ପୁଟିନ୍ କ୍ରିମିୟନ୍ ବ୍ରିଜ୍ ଗସ୍ତ କରିଛନ୍ତି। ଏଥିସହ ସେ କ୍ରିମିଆ ପୋଲ ଉପରେ କାର୍ ଚଳାଇଥିବା ଜଣାପଡ଼ିଛି। କୁହାଯାଉଛି ରୁଷିଆ ରାଷ୍ଟ୍ରପତି କେଚ୍ ବ୍ରିଜ୍କୁ ନେଇ ବିଲ୍ଡରଙ୍କ ସହ ମଧ୍ୟ କଥା ହୋଇଛନ୍ତି।