ପୁଟିନ ଅସୁସ୍ଥ!

ମସ୍କୋ,୨୫ ।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ ମିଡିଆ ରିପୋର୍ଟରେ ପୁଣି ଏକ ଦାବି କରାଯାଇଛି । କୁହାଯାଇଛି କି ପୁଟିନ ଏବେ ଗୁରୁତର । ନିକଟରେ କ୍ୟୁବାର ଜଣେ ନେତାଙ୍କ ସହ ବୈଠକ ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା । ସେ କୁଆଡେ ବସିଥିବା ଚୌକିକୁ ଯୋରରେ ଧରିପକାଇଥିଲେ । ଏହି ସମୟରେ ତାଙ୍କ ହାତର ରଙ୍ଗ ବଦଳିଯାଇଥିବା ବି ଦାବି କରାଯାଇଛି ।
ମିଡିଆ ରିପୋର୍ଟରେ କୁହାଯାଇଛି, କ୍ୟୁବାର ନେତା ମିଗୁଏଲ ଡିୟାଜ କୈନେଲ ୱାଇ ବରମୁଡେଜଙ୍କ ସହ ବୈଠକ ସମୟରେ ପୁଟିନ ହଠାତ୍ ଅସୁସ୍ଥ ବୋଧ କରିଥିଲେ । ସେତେବେଳେ ସେ ଚୌକିକୁ ଯୋରରେ ଧରିନେଇଥିଲେ । ଦାବି କରାଯାଉଛି କି ଏହି ସମୟରେ ରୁଷିଆ ରାଷ୍ଟ୍ରପତିଙ୍କ ହାତର ରଙ୍ଗ ବାଇଗଣି ରଙ୍ଗ ହୋଇଯାଇଥିଲା ।
ଦ ମିରରର ରିପୋର୍ଟ ଅନୁଯାୟୀ, ବୈଠକ ସମୟରେ ପୁଟିନଙ୍କ ଚେହେରା ହଳଦିଆ ଓ ଶରୀର ଫୁଲିଲା ଭଳି ଦେଖାଯାଉଥିଲା । କ୍ୟୁବା ନେତାଙ୍କ ସହ ବୈଠକ ସମୟରେ ସେ ସମ୍ପୂର୍ଣ୍ଣ ଅସୁସ୍ଥ ଜଣାପଡୁଥିଲେ । ବୈଠକ ସମୟରେ ସେ ଲଗାତାର ଗୋଡ ହଲାଉଥିଲେ । ଏହାକୁ ନେଇ କୁହାଯାଉଛି କି ସେ କୌଣସି ଜଟିଳ ରୋଗରେ ପୀଡ଼ିତ ହାଇଥାଇପାରନ୍ତି ।

ଏହା ପୂର୍ବରୁ ଆସିଥିବା ରିପୋର୍ଟରେ ଦାବି କରାଯାଇଥିଲା କି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କୁରୁଛନ୍ତି । ୟୁକ୍ରେନ୍ ସହ ଯୁଦ୍ଧ ଯୋଗୁ ତାଙ୍କ ସ୍ୱାସ୍ଥ୍ୟ ଆହୁରି ବିଗିଡି ଯାଇଛି । ତେବେ ତାଙ୍କ ନିକଟରେ ପେଟ ଦରଜ, ମୁଣ୍ଡ ବୁଲାଇବା, କାଶ ଓ ପାର୍କିଂସଂସ ଭଳି ଲକ୍ଷଣ ଦେଖାଯାଉଥିବା ଦାବି କରାଯାଇଥିଲା । ଏହାକୁ ନେଇ ତାଙ୍କ ପରିବାର ଚିନ୍ତାରେ ଥିବା କୁହାଯାଇଥିଲା ।

Share