ଚାଇନା ଯିବେ ପୁଟିନ୍‌, ଗିରଫ ପରୱାନା ଜାରି ହେବା ପରେ ଏହା ହେବ ପ୍ରଥମ ବିଦେଶ ଯାତ୍ରା

ମସ୍କୋ,୩୦।୮: ବ୍ରିକ୍ସ ପରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ମଧ୍ୟ ଭାରତରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେଉନାହାଁନ୍ତି। ସେ ୟୁକ୍ରେନ ଯୁଦ୍ଧ ଯୋଗୁ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସେ ଅଂଶଗ୍ରହଣ କରିବାକୁ ଅସମର୍ଥତା ପ୍ରକାଶ କରିଛନ୍ତି। ଦାବି ହେଉଛି ଯେ ପୁଟିନ୍‌ଙ୍କ ବିରୋଧରେ ଅନ୍ତର୍ଜାତୀୟ କ୍ରାଇମ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିବା ପରେ ସେ ତାଙ୍କ ବିଦେଶ ଗସ୍ତରୁ ଦୂରେଇ ଯାଉଛନ୍ତି। ତେବେ ଇତି ମଧ୍ୟରେ ପୁଟିନ ଚାଇନା ଯାଉଛନ୍ତି ବୋଲି ଖବର ଆସୁଛି। ତେବେ ଗିରଫ ପରୱାନା ଜାରି ହେବା ପରେ ଏହା ପୁଟିନ୍‌ଙ୍କ ପ୍ରଥମ ବୈଦେଶିକ ଗସ୍ତ ହେବ।

ଉଲ୍ଲେଖନୀୟ ବିଷୟ ହେଉଛି, ଭାରତର ଅଧ୍ୟକ୍ଷତାରେ ଏଥର ଜି -୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ବିଶ୍ୱର ପ୍ରମୁଖ ନେତାମାନେ ଯୋଗଦେବେ।

Share