ଜି -୨୦ ସମ୍ମିଳନୀରେ ସାମିଲ ହେବେନି ପୁଟିନ୍‌

ମସ୍କୋ,୨୫।୮: ଭାରତରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଯୋଗଦେବାକୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର କୌଣସିି ଯୋଜନା ନାହିଁ ବୋଲି ଏକ ସୂତ୍ରରୁ ଜଣାପଡିଛି। ଜି -୨୦ ଶିଖର ସମ୍ମିଳନୀ ଆସନ୍ତା ମାସରେ ଅର୍ଥାତ୍‌ ସେପ୍ଟେମ୍ବରରେ ଭାରତରେ ଅନୁଷ୍ଠିତ ହେବ।

ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ପୁଟିନ୍‌ଙ୍କ ଉପରେ ୟୁକ୍ରେନରେ ଯୁଦ୍ଧ ଅପରାଧର ଅଭିଯୋଗରେ ଗିରଫ ପରୱାନା ଜାରି କରିଛି। ତେବେ ଏହି ଅଭିଯୋଗକୁ କ୍ରେମଲିନ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। ଏହାର ଅର୍ଥ ହେଉଛି ଭ୍ଲାଦିମିର ପୁଟିନ୍‌ ବିଦେଶ ଯାତ୍ରା କରିବା ସମୟରେ ଗିରଫ ହେବାର ଆଶଙ୍କା ରହିଛି। ବୁଧବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ନେତାଙ୍କ ଏକ ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ।

Share