ତୁର୍କୀ ଯିବେ ପୁଟିନ୍‌, ୟୁକ୍ରେନ ସହ କଏଦୀଙ୍କ ଅଦଳବଦଳ ଉପରେ ହେବ ଚର୍ଚ୍ଚା

ମସ୍କୋ,୮।୭: ଗତ ୧୬ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ୟୁକ୍ରେନ ଉପରେ ଆକ୍ରମଣ କରିଥିବାରୁ ପାଶ୍ଚାତ୍ୟ ଦେଶଗୁଡିକର ବହୁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ତେବେ ତାଙ୍କର ସହଯୋଗୀମାନେ ତାଙ୍କୁ ସମର୍ଥନ କରିଛନ୍ତି, ଯେଉଁଥିରେ ଚାଇନା ଏବଂ ଭାରତ କୂଟନୈତିକ ସ୍ତରରେ ସାହାଯ୍ୟ କରିଛନ୍ତି।

ତୁର୍କୀ ନେତା ରିସେପ ତାଇପ ଏର୍ଡୋଗାନ ଶନିବାର କହିଛନ୍ତି, କ୍ରେମଲିନ ପକ୍ଷରୁ ୫୦୦ ଦିନ ପୂର୍ବରୁ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିବା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଆସନ୍ତା ଅଗଷ୍ଟରେ ତୁର୍କୀ ଗସ୍ତ କରିବେ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ମିଳିତ ଗଣମାଧ୍ୟମରେ ଏର୍ଡୋଗାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ପୁଟିନ ଆସନ୍ତା ମାସରେ ତୁର୍କୀ ଗସ୍ତ କରିବେ। ଏହି ସମୟରେ ସେ ରୁଷିଆ ରାଷ୍ଟ୍ରପତିଙ୍କ ସହ ବନ୍ଦୀମାନଙ୍କ ଅଦଳବଦଳ ବିଷୟରେ ଆଲୋଚନା କରିବେ।

Share