ସାଧାରଣତନ୍ତ୍ର ଦିବସରେ ଭାରତକୁ ଶୁଭେଚ୍ଛା ଜଣାଇଲେ ରୁଷିଆ ରାଷ୍ଟ୍ରପତି

ମସ୍କୋ/ନୂଆଦିଲ୍ଲୀ,୨୬।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗୁରୁବାର ସାଧାରଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ୭୪ତମ ସାଧାରଣତନ୍ତ୍ର ଦିବସରେ ଭାରତକୁ ଅନେକ ଶୁଭେଚ୍ଛା। ଅର୍ଥନୈତିକ, ସାମାଜିକ, ବୈଜ୍ଞାନିକ, ବୈଷୟିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାରତର ସଫଳତା ବିଷୟରେ ସମସ୍ତଙ୍କୁ ଜଣା। ଅନ୍ତର୍ଜାତୀୟ ସ୍ଥିରତାକୁ ସୁନିଶ୍ଚିତ କରିବା ଏବଂ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଏଜେଣ୍ଡାରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଭାରତର ଯଥେଷ୍ଟ ଅବଦାନ ରହିଛି ବୋଲି ପୁଟିନ୍‌ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମିଳିତ ଭାବେ କାର୍ଯ୍ୟ କରିବା ଦ୍ୱାରା ଆମେ ସବୁ କ୍ଷେତ୍ରରେ ପାରସ୍ପାରିକ ଲାଭଦାୟକ ହେବା ସହ ଦ୍ୱିପାକ୍ଷିକ ସହଯୋଗର ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରିପାରିବା। ଏଥିରେ କୌଣସି ସନ୍ଦେହ ନାହିଁ କି ରୁଷିଆ ଓ ଭାରତର ବନ୍ଧୁତ୍ୱପୂର୍ଣ୍ଣ ଲୋକଙ୍କ ମୌଳିକ ସ୍ବାର୍ଥକୁ ପୂରା କରିଥାଏ ବୋଲି ରୁଷିଆ ରାଷ୍ଟ୍ରପତି କହିଛନ୍ତି।

Share