ରୁଷିଆର ବେସରକାରୀ ସେନା ୟୁକ୍ରେନ ସୈନ୍ୟବାହିନୀକୁ ଘେରି ରହିବେ, ୪୨ଟି ସହରରେ ୱାଗନର୍‌ ନିଯୁକ୍ତି କେନ୍ଦ୍ର…

ମସ୍କୋ,୧୧।୩ : ରୁଷିଆର ସେନା କ୍ରମାଗତ ବିମାନ ଆକ୍ରମଣ ଦ୍ୱାରା ୟୁକ୍ରେନର ଅନେକ ସହରକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି। ଏହି ସମୟରେ, ଏହି ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ରୁଷିଆର ଘରୋଇ ସାମରିକ କମ୍ପାନୀ ‘ୱାଗନର୍‌ ଗ୍ରୁପ’ ୟୁକ୍ରେନର ବଖମୁତର ଏକ ବୃହତ ଅଞ୍ଚଳ ଅଧିକାର କରିଥିବା ଦାବି କରିଛି। ଏହା ସହିତ ୱାଗନର୍‌ ମଧ୍ୟ ନିଜର ସୈନିକଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଘୋଷଣା କରିଛି।

ଯୁଦ୍ଧରେ ୟୁକ୍ରେନକୁ ପରାସ୍ତ କରିବାକୁ ବର୍ତ୍ତମାନ ୱାଗନର୍‌ ମୁଖ୍ୟ ୟେଭେଗେନି ପ୍ରିଗୋଜିନ ରୁଷିଆର ୪୨ ଟି ସହରରେ ନିଯୁକ୍ତି କେନ୍ଦ୍ର ଖୋଲିବାକୁ ଘୋଷଣା କରିଛନ୍ତି। ୱାଗନର୍‌ ବଖମୁତ ସମେତ ପୂର୍ବ ୟୁକ୍ରେନର ସହରଗୁଡିକ ଉପରେ ଆକ୍ରମଣର ନେତୃତ୍ୱ ନେଉଛି।

ୟେଭେନି ପ୍ରିଗୋଜିନ ନିଯୁକ୍ତି ବିଷୟରେ କହିଛନ୍ତି ଯେ ଆମେ ବର୍ତ୍ତମାନ ୟୁକ୍ରେନକୁ ପରାସ୍ତ କରିବାକୁ ଦ୍ରୁତ ଗତିରେ ଆଗକୁ ବଢ଼ିବା ସହିତ ନୂଆ ସୈନିକମାନଙ୍କ ପାଇଁ କ୍ରୀଡା କେନ୍ଦ୍ର ଏବଂ ମାର୍ଶଲ ଆର୍ଟ କ୍ଲବରୁ ନିଯୁକ୍ତି ଦେବାକୁ ଯୋଜନା କରିଛୁ। ଆମର ଲକ୍ଷ୍ୟ ୟୁକ୍ରେନ ଦଖଲ ବୋଲି ସେ କହିଛନ୍ତି।

Share