ସାମ୍ବାଦିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଲେ ପୁଟିନ୍‌!

ମସ୍କୋ,୧୫।୧୧: ରୁଷିଆରେ ଆଗକୁ ନିର୍ବାଚନ ଆସୁଥିବାବେଳେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶରେ ନୂଆ ନିୟମ ଲାଗୁ କରିଛନ୍ତି। ପୁଟିନ ଦେଶରେ ମିଡିଆ କଭରେଜ ଉପରେ ପ୍ରତିବନ୍ଧକ ଲଗେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନକୁ ନିୟନ୍ତ୍ରିତ କରୁଥିବା ନିୟମରେ ପରିବର୍ତ୍ତନ ଆଣିଛନ୍ତି ପୁଟିନ। ଅନ୍ତର୍ଜାତୀୟ ଗଣମାଧ୍ୟମ ଦ୍ୱାରା ଏହି ସୂଚନା ମିଳିଛି। ମାର୍ଚ୍ଚରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଏହି ନିୟମ କଡାକଡି ଭାବେ ପାଳନ ହେବ।
ପୁଟିନ ସମ୍ବିଧାନରେ ସଂଶୋଧନ କରି ନୂଆ ନିୟମ କରିଛନ୍ତି। ନିୟମ ଅନୁଯାୟୀ, ସରକାରଙ୍କ ଦ୍ୱାରା ପଞ୍ଜୀକୃତ ମିଡିଆ ସଂସ୍ଥାନ ଦ୍ୱାରା ନିଯୁକ୍ତ ହୋଇଥିବା ସାମ୍ବାଦିକଙ୍କୁ ନିର୍ବାଚନ ଓ ନିର୍ବାଚନ ଆୟୋଗଙ୍କ ବୈଠକ କଭରେଜ ପାଇଁ ଅନୁମତି ଦିଆଯିବ। ଏହି ନିୟମ ଲାଗୁ ହେବା ଦ୍ୱାରା ନିର୍ବାଚନ କଭରେଜ ପାଇଁ ରୁଷିଆରେ ଫ୍ରିଲାନ୍ସର ବା ସ୍ବତନ୍ତ୍ର ସାମ୍ବାଦିକଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। କ୍ଷେତ୍ରୀୟ ଓ ସୈନ୍ୟ ଅଧିକାରୀଙ୍କ ଅନୁମତି ବିନା ସୈନ୍ୟ ଶିବିର କିମ୍ବା ନିର୍ମାଚନ କଭରେଜ କରିପାରିବେ ନାହିଁ।
ଦୀର୍ଘ ୨୪ବର୍ଷ ଧରି ରୁଷିଆ ଶାସନ ଗାଦି ସମ୍ଭାଳିଥିବା ପୁଟିନ ଆଗାମୀ ନିର୍ବାଚନରେ ପାଇଁ ପୁଣି ଜଣେ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବେ। ନିର୍ବାଚନ ଜିତିଗଲେ ପୁଟିନ ପୁଣି ୬ବର୍ଷ ପାଇଁ ଶାସନ ଗାଦି ମାଡି ବସିବେ। ତେବେ ପୁଟିନ ନିର୍ବାଚନ ଲଡିବେ କି ନାହିଁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ସଂସଦ ଦ୍ୱାରା ଔପଚାରିକ ଭାବେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସେ ଏସମ୍ପର୍କରେ ଘୋଷଣା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ରାଷ୍ଟ୍ରପତିଙ୍କ ବହିଷ୍କାର ଦାବି, ବାସଭବନରେ ପଶିଲେ ବିକ୍ଷୋଭକାରୀ

ଢାକା,୨୪ା୧୦: ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଉପରେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଜୋର୍‌ ଧରିଛି। ଶାହାବୁଦ୍ଦିନଙ୍କ ବହିଷ୍କାର ଦାବିକରି...

୫ ବର୍ଷ ପରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ପ୍ରଥମ ଆଲୋଚନା

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ବୁଧବାର ଦ୍ୱିପାକ୍ଷିକ...

ବ୍ରିକ୍ସରେ ଆତଙ୍କବାଦ ଉପରେ ମୋଦିଙ୍କ ପ୍ରହାର! ଚାଇନା-ରୁଷିଆ ସାମ୍ନାରେ କହିଲେ ଡବଲ ଷ୍ଟାଣ୍ଡାର୍ଡର…

କଜାନ,୨୩।୧୦: ଅକ୍ଟୋବର ୨୩ ଅର୍ଥାତ୍‌ ବୁଧବାର ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଯୁଦ୍ଧକୁ ସମର୍ଥନ କରେ ନାହିଁ,...

McDonald ବର୍ଗର ଖାଇ ଜଣେ ମୃତ, ଅନେକେ ଅସୁସ୍ଥ! ଏହି ଫୁଡ ଆଇଟମ ଉପରେ ଲାଗିଲା ରୋକ

ଓ୍ବାଶିଂଟନ,୨୩।୧୦: ଆମେରିକାରେ, ପ୍ରସିଦ୍ଧ ଫୁଡ ଚେନ ମ୍ୟାକଡୋନାଲ୍ଡରୁ ବର୍ଗର ଖାଇବା ପରେ ଲୋକେ ଅସୁସ୍ଥ ହୋଇପଡିଥିବା ଏକ ମାମଲା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ,...

ସୃଷ୍ଟି ହେଲା ଆଉ ଏକ ବାତ୍ୟା! ବିଶେଷଜ୍ଞ ତାଜୁବ…

ବାହାମାସ,୨୩।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ‘ଦାନା’ର ରୂପ ନେବ। ଏହା କ୍ରମଶଃ ବଳ ଗୋଟାଇ ୨୪ ତାରିଖ...

ମୋଦି, ପୁଟିନ, ଜିନପିଙ୍ଗଙ୍କ ଫଟୋ ହେଲା ଭାଇରାଲ, ବଢିଲା ଆମେରିକାର ଚିନ୍ତା

ମସ୍କୋ,୨୩।୧୦: ରୁଷିଆର କଜାନରେ ଆୟୋଜିତ ୧୬ତମ ବ୍ରିକ୍ସ ସମ୍ମିଳନୀ ଉପରେ ସମସ୍ତଙ୍କ ନଜର ରହିଛି। ଏହି ସମୟରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି...

ଡଲାର, ଏସ୍‌ଡବ୍ଲ୍ୟୁଆଇଏଫ୍‌ଟିରୁ ନିର୍ଭରଶୀଳତା ହ୍ରାସ ଲକ୍ଷ୍ୟ

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ମଙ୍ଗଳବାରଠାରୁ ୩ ଦିନିଆ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହୋଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଉକ୍ତ ସମିଟ୍‌ର ଆୟୋଜନ କରୁଥିବାବେଳେ...

ଦିନକୁ ୮,୦୦୦,୦୦,୦୦ ଟଙ୍କା ବାଣ୍ଟୁଛନ୍ତି ଏଲୋନ ମସ୍କ; ଏହି ସର୍ତ୍ତକୁ ପୂରଣ କଲେ ହୋଇଯିବେ କୋଟିପତି…

ଲଣ୍ଡନ,୨୨।୧୦: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଟେସ୍‌ଲା ଏବଂ ସ୍ପେସ୍‌ ଏକ୍ସ ମାଲିକ ଏଲୋନ ମସ୍କ ଏଭଳି ଏକ ଘୋଷଣା କରିଛନ୍ତି, ଯାହାକି କୋଟିପତି ହେବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri