କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ୬ଷ୍ଠ ଦିନ। ୟୁକ୍ରେନ ଉପରେ ରୁଷିଆ ସୈନ୍ୟମାନେ ଲଗାତର ଭାବେ ଆକ୍ରମଣ ଜାରି ରଖିବା ସହ ବଡ଼ ବଡ଼ ବିଲ୍ଡିଂ ଉପରକୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରୁଛନ୍ତି। ଇତିମଧ୍ୟରେ ମଙ୍ଗଳବାର ରାଜଧାନୀ କ୍ୱିଭର ଏକ ଘରୋଇ ହସ୍ପିଟାଲରେ ରୁଷିଆ ସୈନ୍ୟମାନେ ଏୟାର ଷ୍ଟ୍ରାଇକ୍ କରିଥିବା ଜଣାପଡ଼ିଛି। ହସ୍ପିଟାଲର ସମସ୍ତ ଲୋକଙ୍କୁ ବାହାର କରାଯାଇଥିବା ବେଳେ ଉକ୍ତ ବିଲ୍ଡିଂ ପ୍ରାୟ ଧ୍ୱସଂ ହୋଇଯାଇଛି। ଉକ୍ତ ହସ୍ପିଟାଲର ବହୁ କ୍ଷୟକ୍ଷତି ହୋଇଥିବା ନେଇ କ୍ୱିଭ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।