ୟୁକ୍ରେନର ଅବଦିଭକା ସହରକୁ ଦଖଲ କଲେ ରୁଷିଆ ସୈନ୍ୟ, ପୁଟିନ କଲେ ପ୍ରଶଂସା…

ମସ୍କୋ/କିଭ,୧୯।୨ : ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଏଗୁ କହିଛନ୍ତି ରୁଷିଆ ସୈନ୍ୟ ୟୁକ୍ରେନର ଅବଦିଭକା ସହରକୁ ସମ୍ପୂର୍ଣ୍ଣ ଭାବେ ନିଜ ଦଖଲକୁ ନେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଲେଫ୍ଟନାଣ୍ଟ ଜେନେରାଲ ଆଣ୍ଡ୍ରେ ମର୍ଡଭିଚେଭଙ୍କ ନେତୃତ୍ୱରେ ସୈନ୍ୟମାନେ ଏହି ସଫଳତା ହାସଲ କରିଛନ୍ତି। ଅବଦିଭକାରେ, ୟୁକ୍ରେନ ପତାକାକୁ କାଢ଼ି ରୁଷିଆର ପତାକା ଲଗା ଯାଇଛି।

ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ ଏଥିପାଇଁ ସୈନିକମାନଙ୍କୁ ପ୍ରଶଂସା କରିଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ୟୁକ୍ରେନ ଏହି ଅଞ୍ଚଳରେ ୧,୫୦୦ ରୁ ଅଧିକ ସୈନିକଙ୍କୁ ହରାଇଛି ବୋଲି ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି।
ୟୁକ୍ରେନ ସଶସ୍ତ୍ର ବାହିନୀର ସେନାଧ୍ୟକ୍ଷ ଆଲେକ୍ସଜାଣ୍ଡାର୍‌ ସିରସ୍କି ଶନିବାର କହଥିଲେ ଅବଦିଭକା ସହରରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ପ୍ରାୟ ୩୨ ବର୍ଗ କିଲୋମିଟର ଅଞ୍ଚଳକୁ ନିୟନ୍ତ୍ରଣକୁ ନିଆଯାଇଛି। ତେବେ ରୁଷିଆର କ୍ଷୟକ୍ଷତି ଆକଳନ କରାଯାଇଯ ନାହିଁ । ୟୁକ୍ରେନ ଦାବି କରିଛି ରୁଷିଆ ମଧ୍ୟ ବଡ଼ ଧରଣର କ୍ଷତି ହୋଇଛି।

Share