ରୁଷିଆ ଯବାନ ବଳାତ୍କାର କରିଥିବା ଦାବି କଲେ ୟୁକ୍ରେନ ମହିଳା

କ୍ୱିଭ,୨୯।୩ : ସ୍ବାମୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଦୁଇ ରୁଷିଆ ଯବାନ ବଳାତ୍କାର କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ୟୁକ୍ରେନ ମହିଳା। ତାଙ୍କ ଅଭିଯୋଗର ତଦନ୍ତ କରାଯିବ ବୋଲି ଅଧିକାରୀ କହିଛନ୍ତି।

ମାର୍ଚ୍ଚ ୯ ତାରିଖରେ ଦୁଇ ରୁଷିଆ ଯବାନ ପ୍ରଥମେ ପୋଷା କୁକୁରକୁ ଗୁଳି କରିଥିଲେ। ଗୁଳିର ଶବ୍ଦ ଶୁଣିବା ପରେ ଘରର ଗେଟ୍‌ ଖୋଲିବାର ଶବ୍ଦ ଶୁଣାଯାଇଥିଲା। ତା’ ପରେ ଯବାନମାନେ ମୋ ସ୍ବାମୀଙ୍କୁ ଗୁଳି କରିଥିଲେ। ଘର ବାହାର ଗ୍ରାଉଣ୍ଡରେ ସ୍ବାମୀଙ୍କ ମୃତଦେହ ଦେଖି କାନ୍ଦି ଥିଲି। ଜଣେ ଯବାନ ମୋ ମୁଣ୍ଡରେ ବନ୍ଧୁକ ଲଗାଇ କହିଥିଲେ, ମୁଁ ତୁମ ସ୍ବାମୀଙ୍କୁ ଗୁଳି କରିଛି। କାରଣ ସେ ଜଣେ ନାଜି ଥିଲେ। ସେ ମୋତେ ପୋଷାକ ଖୋଲିବାକୁ କହିଥିଲେ। ପରେ ଦୁହେଁ ମୋତେ ବଳାତ୍କାର କରିଥିଲେ। ପାଖ ରୁମ୍‌ରେ ମୋ ୪ ବର୍ଷର ପୁଅ କାନ୍ଧୁଥିଲେ ମଧ୍ୟ ସେମାନେ ମୋତେ ଛାଡ଼ି ନ ଥିଲେ ବୋଲି ୟୁକ୍ରେନ ମହିଳା ଦାବି କହିଛନ୍ତି।

ପରେ ସ୍ବାମୀଙ୍କ ମୃତଦେହ ଛାଡ଼ି ମହିଳା ଜଣଙ୍କ ଘରୁ ଖସି ପଳାଇଥିଲେ। “ଆମେ ତାଙ୍କ ମୃତଦେହକୁ ପୋତି ପାରିଲୁ ନାହିଁ। ଆମେ ଗାଁ ଭିତରକୁ ମଧ୍ୟ ଯାଇ ପାରୁନୁ। କାରଣ ପୁରା ଗାଁ ଏବେ ରୁଷିଆ ସେନା ଅଧିକୃତକୁ ଚାଲି ଯାଇଛି” ବୋଲି ସେ କହିଛନ୍ତି।

Share