ସ୍ପେସ୍‌ ରକେଟରୁ ବିଭିନ୍ନ ଦେଶର ପତାକା ହଟାଇଲା ରୁଷିଆ: କେବଳ ରହିଛି ତ୍ରିରଙ୍ଗା

ମସ୍କୋ,୩।୩: ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ରୁଷିଆକୁ ବିଶ୍ୱର ଅନେକ ଦେଶଗୁଡିକର ବିରୋଧ ସାମ୍ନା କରିବାକୁ ପଡ଼ିଛି। ବିଭିନ୍ନ ଦେଶ ରୁଷିଆ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିବା ବେଳେ ରୁଷିଆ ମଧ୍ୟ ସେମାନଙ୍କ ଉପରେ ଉପରେ ପ୍ରତିବନ୍ଧକ ଲଗାଇଛି। ଇତିମଧ୍ୟରେ ରୁଷିଆର ନିଜ ସ୍ପେସ୍‌ ରକେଟରୁ କେତେକ ଦେଶର ପତାକାକୁ ହଟାଇଦେଇଛି। କିନ୍ତୁ ଭାରତର ତ୍ରିରଙ୍ଗାକୁ ହଟାଇ ନ ଥିବା ଜଣାପଡ଼ିଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ରୁଷିଆ ସ୍ପେସ୍‌ ଏଜେନ୍ସି ରସକୋମୋସର ମୁଖ୍ୟ ଡିମିଟ୍ରି ରୋଗୋଜିନ ଏହି ଭିଡିଓକୁ ଟୁଇଟରରେ ଶେୟାର କରିଛନ୍ତି। ସୂଚନା ମୁତାବକ ଏହି ଭିଡିଓଟି ବାଇକୋନୁରର। ଏହା ଦକ୍ଷିଣ କାଜାଖସ୍ତାନ ସ୍ଥିତ ସ୍ପେସ୍‌ ଉପକୂଳରେ ଅବସ୍ଥିତ। ଯାହାକୁ ରୁଷିଆ ଲିଜ୍‌ରେ ନେଇଥିବା ଜଣାପଡ଼ିଛି। ଡିମିଟ୍ରି ଶେୟାର କରିଥିବା ଭିଡିଓରେ ସ୍ପେସ୍‌ ଷ୍ଟେଶନର କର୍ମଚାରୀ ଆମେରିକା, ଜାପାନ ଓ ବ୍ରିଟେନର ପତାକାକୁ ହଟାଇଦେଇଥିବା ବେଳେ କେବଳ ଭାରତର ତ୍ରିରଙ୍ଗାକୁ ସେଠାରେ ସ୍ଥାନ ଦେଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଏହି ଭିଡିଓକୁ ଶେୟାର କରି ଡିମିଟ୍ରି ଲେଖିଛନ୍ତି, ‘କିଛି ଦେଶର ପତାକା ବିନା ଆମ ରକେଟ ଅଧିକ ସୁନ୍ଦର ଦିଶିବ’।

Share