କେରଚ୍‌ ବ୍ରିଜ୍‌ ବିସ୍ଫୋରଣ ପରେ ରୁଷିଆର ରକେଟ୍‌ ମାଡ଼: ୧୭ ମୃତ

ଜାପୋରିଝିଆ,୯ା୧୦: ରୁଷିଆକୁ କ୍ରିମିଆ ଉପଦ୍ୱୀପ ସହ ଯୋଡ଼ୁଥିବା ୟୁରୋପର ଦୀର୍ଘତମ କେରଚ୍‌ ବ୍ରିଜ୍‌ ଶନିବାର ବିସ୍ଫୋରଣରେ କ୍ଷତିଗ୍ରସ୍ତ ହେବା ପରେ ମସ୍କୋ ୟୁକ୍ରେନ୍‌ର ଜାପୋରିଝିଆ ସହର ଉପରେ ରକେଟ୍‌ ମାଡ଼ କରିଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଜାପୋରିଝିଆକୁ ରୁଷିଆରେ ସାମିଲ କରାଯାଇଥିବା ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଘୋଷଣା କରିଥିଲେ ହେଁ ସେଠାରେ ୟୁକ୍ରେନ୍‌ ରୁଷୀୟ ସୈନ୍ୟଙ୍କୁ ଘଉଡ଼ାଇବା ପାଇଁ ପ୍ରତିଆକ୍ରମଣ ଜାରି ରଖିଛି। ଶନିବାର ରାତିରେ ସେଠାରେ ରୁଷିଆ ରକେଟ୍‌ ମାଡ଼ କରିବା ଯୋଗୁ ପ୍ରାୟ ୨୦ ଘର ଏବଂ ୫୦ ଆପାର୍ଟମେଣ୍ଟ ବିଲ୍ଡିଂ ଭାଙ୍ଗି ଯାଇଛି। ୪୦ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୟୁକ୍ରେନ୍‌ ପକ୍ଷରୁ କୁହାଯାଇଛି।

Share