ମସ୍କୋ,୨୫।୨: ସାମରିକ ଉପକରଣ ନେଇ ଯାଉଥିବା ରୁଷିଆର ଆଣ୍ଟୋନୋଭ ଆନ-୨୬ ଟ୍ରାନ୍ସପୋର୍ଟ ବିମାନ ଭୋରୋନେଞ୍ଜର ଦକ୍ଷିଣାଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ବିମାନର କ୍ରୁ ମେମ୍ବରଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ।
“ସାମରିକ ଉପକରଣ ପରିବହନ ପାଇଁ ଯୋଜନାବଦ୍ଧ ଉଡାଣ ସମୟରେ ଆନ-୧୬ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି” ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିବୃତିରେ କୁହାଯାଇଛି। ‘କ୍ରୁ ମେମ୍ବରଙ୍କ ମୃତ୍ୟୁ ହୋଇଛି’ ବିଜ୍ଞପ୍ତି କୁହାଯାଇଛି। କିନ୍ତୁ ଏହି ବିବୃତିରେ ବିଶେଷ କିଛି ତଥ୍ୟ ଦିଆଯାଇ ନାହିଁ।
ଦୁର୍ଘଟଣା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ବିମାନର ଯାନ୍ତ୍ରିକ ତ୍ରୁଟିକୁ ଦାୟୀ କରାଯାଇଛି। କୌଣସି ଆକ୍ରମଣ ଯୋଗୁ କ୍ରାସ ହୋଇନାହିଁ।