ବ୍ରୋଭାରୀରେ ରୁଷିଆର ଏୟାର ଷ୍ଟ୍ରାଇକ୍‌

କ୍ୱିଭ୍‌,୧୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୭ଦିନରେ ପହଞ୍ଚିଥିବା ବେଳେ ଏବେ ବି ଯୁଦ୍ଧ ଜାରି ରହିଛି। ରୁଷୀୟ ସୈନ୍ୟମାନେ ୟୁକ୍ରେନର ରାଜଧାନୀ କ୍ୱିଭ୍‌କୁ କବ୍‌ଜା କରିବା ଲାଗି ରୁଷିଆ ସୈନ୍ୟ ତିନି ପାର୍ଶ୍ୱରୁ ଘେରି ରହିଛନ୍ତି। ଉତ୍ତରରେ ଇରପିନ, ପଶ୍ଚିମରେ ବୁଚା ଏବଂ ମାରିୟୁପୋଲ ଏବଂ ପୂର୍ବରେ ବ୍ରୋଭାରୀ ଉପରେ ରୁଷିଆ ସୈନ୍ୟ ଲଗାତର ଭାବେ ଆକ୍ରମଣ କରୁଛନ୍ତି। ଇତିମଧ୍ୟରେ ଶନିବାର ସକାଳେ କ୍ୱିଭ୍‌ର ପୂର୍ବରେ ଥିବା ବ୍ରୋଭାରୀରେ ରୁଷିଆ ଜୋରଦାର ଆକ୍ରମଣ କରିବା ସହ ଏୟାର ଷ୍ଟ୍ରାଇକ୍‌ ମଧ୍ୟ କରିଛି। ଯେଉଁଥିରେ ଖାଦ୍ୟ ସଂରକ୍ଷଣ ଗୋଦାମରେ ସମ୍ପୂର୍ଣ୍ଣ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ଜିନିଷ କ୍ଷତି ହୋଇଥିବା ସୂଚନା ରହିଛି। ସୂଚନା ମୁତାବକ ରୁଷିଆର ଆକ୍ରମଣରେ ବର୍ତ୍ତମାନ ବ୍ରୋଭାରୀର ଚାରିଆଡେ ବିନାଶର ଚିତ୍ର ଦେଖିବାକୁ ମିଳିଛି। କେଉଁଠି ରୁଷିଆ ଟ୍ୟାଙ୍କ ଜଳୁଛି ତ ଆଉ କେଉଁଠି ୟୁକ୍ରେନର ବିଲ୍ଡିଂଗୁଡ଼ିକ ଧ୍ୱଂସ ହୋଇଯାଇଛି।

Share