ୟୁକ୍ରେନ୍‌କୁ ୧୦ ପଟୁ ଘେରିଲେ ରୁଷିଆ ସୈନ୍ୟ…

ମସ୍କୋ/କାଇଭ୍‌, ୧୫।୨ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ରୁଷିଆ ୟୁକ୍ରେନ ସୀମାରେ ପ୍ରାୟ ଲକ୍ଷେ ୩୦ ହଜାର ଲକ୍ଷ ସୈନ୍ୟ ମୁତୟନ କରିଛି। ସୈନ୍ୟମାନେ ପୂର୍ବ ଏବଂ ଦକ୍ଷିଣ ସୀମାରେ ୟୁକ୍ରେନକୁ ୧୦ ପଟୁ ଘେରି ରହିଛନ୍ତି। ନ୍ୟୁୟର୍କ ଟାଇମ୍ସ ଏକ ଏହାର ମାନଚିତ୍ର ପ୍ରସ୍ତୁତ କରି କେଉଁ କେଉଁ ଅଞ୍ଚଳରେ ରୁଷିଆ ସୈନ୍ୟ ଘେରି ରହିଛନ୍ତି ସେ ସମ୍ପର୍କରେ ସୂଚନା ପ୍ରଦାନ କରିଛି।

ମାନଚିତ୍ର ଅନୁସାରେ ବେଲାରୁଷ, ରୁଷିଆ ଏବଂ କ୍ରିମିୟାବ୍ରର ବିଭିନ୍ନ ଅଞ୍ଚଳରେ ସୈନ୍ୟମାନେ ରହିଛନ୍ତି। ବେଲାରୁଷରେ ରୁଷିଆ ସୈନ୍ୟ ୟୁକ୍ରେନ ସୀମା ନିକଟରେ ବ୍ରେଷ୍ଟ, ବାରାନୋଓ୍ବିଚ, ୟେଲସ୍କ, ମଜର ଆୟାର ରେଚିସ୍ତା ପରି ଅଞ୍ଚଳରେ ସୈନ୍ୟମାନଙ୍କୁ ମୁତୟନ କରାଯାଇଛି। ଏହା ସହିତ କିଣ୍ଟସିଆ, ପୋଚେପ, କୁର୍ସ୍କ, ସୋଲୋଟି, ବୋଗୁଚାର, ଲୁହନସ୍କ, ଡୋନେସ୍ତସ୍କ ଆଦି ଅଞ୍ଚଳରେ ମଧ୍ୟ ଘେରି ରହିଛନ୍ତି। ସେହିପରି କ୍ରିମିୟାର ନୋଓ୍ବଜର୍ନେ, ସେ୍ଓ୍ବାସ୍ତପୋଲ, ପେରଓ୍ବେଲନେ ଏବ ଫେଡେସିଆ ଅଞ୍ଚଳରେ ସୈନ୍ୟମାନେ ଘେରି ରହିଛନ୍ତି।

ଫେବୃଆରୀ ୧୬ରେ ମସ୍କୋ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ବୋଲି ପାଶ୍ଚାତ୍ୟ ଗୁପ୍ତଚର ସଂସ୍ଥାଗୁଡ଼ିକ ପକ୍ଷରୁ ଚେତାବନୀ ଦିଆଯାଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସ୍ବୀକାର କରିଛନ୍ତି ଯେ ଦେଶ ଖୁବ ଶୀଘ୍ର ଏକ ବଡ ଯୁଦ୍ଧର ସମ୍ମୁଖୀନ ହୋଇପାରେ, ଯଦିଓ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ଯାଉଛି ବୋଲି ବର୍ତ୍ତମାନ ସୁଦ୍ଧା ସ୍ବୀକାର କରୁନାହିଁ।

 

Share