ଜର୍ମାନୀ ସହ ଆଲୋଚନା ପରେ ପଛକୁ ହଟିଲେ ରୁଷିଆ ସୈନ୍ୟ…

ମସ୍କୋ, ୧୫।୨ : ଜର୍ମାନୀ ସହିତ ଆଲୋଚନା ପରେ ୟୁକ୍ରେନ୍‌କୁ ଘେରି ରହିଥିବା ରୁଷିଆ ସୈନ୍ୟ ପଛକୁ ହଟିବା ଆରମ୍ଭ କରିଛନ୍ତି। ଗଣମାଧ୍ୟମ ସଂସ୍ଥା ଏଏଫ୍‌ପି ପକ୍ଷରୁ କୁହାଯାଇଛି ଯେ, ରୁଷିଆ ସୈନ୍ୟ ଏବେ ସୀମାରୁ ହଟିବା ଆରମ୍ଭ କରିଛନ୍ତି। ପଶ୍ଚିମ ଦେଶଗୁଡ଼ିକ ଏକଜୁଟ ହେବାରୁ ରୁଷିଆ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ଜର୍ମାନୀ ଚାନ୍ସଲର ଓଲାଫ୍‌ ସ୍କୋଲ୍‌ଜ ରାଷ୍ଟ୍ରପତି ବ୍ଲାଡିମୀର ଫୁଟିନ୍‌ କହିଛନ୍ତି ଯେ, ପଶ୍ଚିମ ଦେଶଗୁଡ଼ିକର ସହିବାର ସୀମାକୁ ରୁଷିଆ ପରୀକ୍ଷା କରିବା ଅନୁଚିତ।

ପଶ୍ଚିମ ଦେଶଗୁଡ଼ିକର ଏକତାକୁ ହେୟଜ୍ଞାନ କରିବା ଠିକ୍‌ ନୁହେଁ ବୋଲି ଓଲାଫ୍‌ କହିଛନ୍ତି। ଆମେ ୟୁରୋପୀୟ ସଂଘ ଏବଂ ନାଟୋ ସହିତ ମିଳିତ ହୋଇଛୁ। ଆମେ ଆମର ସହଯୋଗୀଙ୍କ ସମସ୍ୟାକୁ ଗୁରୁତର ସହିତ ଗ୍ରହଣ କରିଥାଉ ବୋଲି ସେ ପୁଟିନ୍‌ଙ୍କୁ ଚେତାବନୀ ଦେଇଛନ୍ତି। ବଲ୍ଟିକ୍‌ ନେତାମାନେ ଆଲୋଚନା ପାଇଁ ଜର୍ମାନୀରେ ରହିଥିବା ଓଲାଫ୍‌ ସତର୍କ ସୂଚନା ଦେଇଛନ୍ତି।

Share