ରୁଷିଆର କରୋନା ଭ୍ୟାକ୍ସିନକୁ ନେଇ ଉଠୁଛି ପ୍ରଶ୍ନ: ଦେଖାଯାଉଛି ୧୪୪ ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା!

ମସ୍କୋ,୧୩।୮: ରୁଷିଆ ପ୍ରଥମ କରି କରୋନା ମହାମାରୀର ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରିଥିବା ଦାବି କରିଛି ସତ। ଏମିତିକି କିଛି ଦେଶ ମଧ୍ୟ ଏହାକୁ କ୍ରୟ କରିବାକୁ ଅର୍ଡର ଦେଇ ସାରିଲେଣି। କିନ୍ତୁ ଏବେବି ଏହି ଭ୍ୟାକ୍ସିନକୁ ନେଇ ପ୍ରଶ୍ନ ଉଠୁଛି। ରେଜିଷ୍ଟ୍ରେଶନ ସମୟରେ ରୁଷିଆ ସରକାର ଯେଉଁ ତଥ୍ୟ ଦେଇଛନ୍ତି ସେହି ଅନୁଯାୟୀ ଟିକାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଭ୍ୟାକ୍ସିନ କେତେ ସୁରକ୍ଷିତ ତା’ର କ୍ଲିନିକାଲ ଷ୍ଟଡି ହୋଇ ନ ଥିବା ଜଣାପଡିଛି। ତେଣୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ସମେତ ବୈଜ୍ଞାନିକମାନେ ସ୍ପୁଟନିକ-ଭି ଟିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ଡେଲି ମେଲର ଏକ ରିପୋର୍ଟ ଅନୁଯାୟୀ, ପ୍ରଥମ ଟ୍ରାଏଲ ଭାବେ ୪୨ ଦିନରେ ୩୮ ସ୍ବେଚ୍ଛାସେବୀଙ୍କୁ ଏହା ଦିଆଯାଇଛି। ଏହାସହ ଟ୍ରାଏଲର ତୃତୀୟ ପର୍ଯ୍ୟାୟର କୌଣସି ତଥ୍ୟ ରୁଷିଆ ଦେବାକୁ ରାଜି ନୁହେଁ। ଏହାକୁ ନେଇ ରୁଷିଆ ସରକାର କହିଛନ୍ତି ଭ୍ୟାକ୍ସିନ ନେବା ପରେ କେବଳ ସାମାନ୍ୟ ଜ୍ୱର ଆସିଥାଏ। ହେଲେ ଡବ୍ଲୁଏଚ୍‌ଓ କହିଛି ରୁଷିଆର ତଥ୍ୟା ଅନୁଯାୟୀ, ଯେଉଁ ୩୮ ସ୍ବେସ୍ଥାସେବୀଙ୍କୁ ଏହା ଦିଆଯାଇଛି ତାଙ୍କ ନିକଟରେ ୧୪୪ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଛି। ତେବେ ଟ୍ରାଏଲର ୪୨ ଦିନରେ ୩୮ରୁ ୩୧ ଜଣଙ୍କ ମଧ୍ୟରେ ଯେଉଁ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଛି ସେଥିରେ ସେମାନେ ବ୍ୟସ୍ତ ହୋଇପଡିଛନ୍ତି ବୋଲି କୁହାଯାଉଛି। ଏଭଳି ସମସ୍ୟାକୁ ଦେଖିବା ପରେ ଏବେ ରୁଷିଆର ପ୍ରଥମ କରୋନା ମାହାମାରୀ ଟିକାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

Share