ମଙ୍ଗୋଲିଆକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ରୁଷିଆର ଘୋଷଣା, ଚାଇନା ରାଗି ନିଆଁବାଣ, କାରଣ…

ମସ୍କୋ,୫ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗୋଲିଆ ଗସ୍ତରେ ଯାଇଥିବାରୁ ଅନେକ ଚର୍ଚ୍ଚା ହେଉଛି। କାରଣ ପୁଟିନଙ୍କୁ ଗିରଫ କରିବା ପାଇଁ ଅନ୍ତର୍ଜାତୀୟ କ୍ରାଇମ କୋର୍ଟ (ଆଇସିସି) ମଙ୍ଗୋଲିଆ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ସେଠାରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି। ଏହି ସମୟ ମଧ୍ୟରେ ପୁଟିନ ଚାଇନାକୁ ମଧ୍ୟ ଚକିତ କରିଦେଇଥିଲେ।

ସେ ଘୋଷଣା କରିଛନ୍ତି ଯେ, ତାଙ୍କ ଦେଶ ଅସ୍ତ୍ରଶସ୍ତ୍ରଠାରୁ ଆରମ୍ଭ କରି ସାମରିକ ତାଲିମ ପର୍ଯ୍ୟନ୍ତ ମଙ୍ଗୋଲିଆକୁ ସବୁକିଛି ଯୋଗାଇବ। ଏହି ଖବର ପରେ ଚାଇନା ରାଗି ନିଆଁବାଣ। କାରଣ ଭାରତ ଭଳି ଚାଇନାର ମଧ୍ୟ ମଙ୍ଗୋଲିଆ ସହିତ ସୀମା ବିବାଦ ରହିଛି। ଏ ସମ୍ପର୍କରେ ଅନେକ ସଂଘର୍ଷ ଘଟିଛି। ପୁଟିନଙ୍କ ବିବୃତ୍ତି ପରେ ରୁଷିଆର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ଆଲେକ୍ସଜାଣ୍ଡାର୍‌ କହିଛନ୍ତି, ମଙ୍ଗୋଲିଆକୁ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ଯୋଗାଇ ଦିଆଯିବ। ଏହା ବ୍ୟତୀତ ମରାମତି ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ସହାୟତା ଯୋଗାଇ ଦିଆଯିବ। ସେ କହିଛନ୍ତି, ଏପର୍ଯ୍ୟନ୍ତ ୩୪୦ ସୈନିକଙ୍କୁ ତାଲିମ ଦିଆଯାଇଛି।

ଏହି ସମୟରେ ପୁଟିନ ମଙ୍ଗୋଲିଆର ରାଷ୍ଟ୍ରପତି ଉଖନାଗିନ ଖୁରେଲସୁଖଙ୍କ ସହ ଅନେକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ପୁଟିନ କହିଛନ୍ତି, ମଙ୍ଗୋଲିଆ ଏବଂ ରୁଷିଆ ମଧ୍ୟରେ ସମ୍ପର୍କ ଅଗ୍ରଗତି କରୁଛି। ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ରୁଷିଆ ଏବଂ ମଙ୍ଗୋଲିଆ ମଧ୍ୟ ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି। ପୁଟିନ ଗ୍ୟାସ କ୍ଷେତ୍ରରେ ମଙ୍ଗୋଲିଆକୁ ମଧ୍ୟ ସହାୟତା ପ୍ରଦାନ କରିଥିଲେ। ରୁଷିଆ ମଙ୍ଗୋଲିଆକୁ ବହୁ ପରିମାଣରେ ଗ୍ୟାସ ଏବଂ ବିଦ୍ୟୁତ୍‌ ଯୋଗାଇଥାଏ।

ଗତ ବର୍ଷ ଅନ୍ତର୍ଜାତୀୟ ଆପରାଧିକ କୋର୍ଟ (ଆଇସିସି) ରୁଷିଆର ରାଷ୍ଟ୍ରପତି ପୁଟିନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନାମରେ ଯୁଦ୍ଧ ଅପରାଧ ଅଭିଯୋଗ କରାଯାଇଥିଲା। ୟୁକ୍ରେନରୁ ରୁଷିଆକୁ ବେଆଇନ ଭାବେ ପଠାଇବା ପାଇଁ ପୁଟିନଙ୍କୁ ଦାୟୀ କରାଯାଇଥିଲା। ଏହି ଅପରାଧ ୟୁକ୍ରେନରେ ୨୪ ଫେବୃଆରୀ ୨୦୨୨ରେ ଆରମ୍ଭ ହୋଇଥିଲା। ଯେତେବେଳେ ରୁଷିଆ ଏହି ଆକ୍ରମଣ କରିଥିଲା। ମଙ୍ଗୋଲିଆ ଆଇସିସିର ଏକ ସଦସ୍ୟ ଦେଶ, କିନ୍ତୁ ଏହା ସତ୍ତ୍ୱେ ମଙ୍ଗୋଲିଆରେ ତାଙ୍କୁ ସମ୍ମାନ କରାଯାଇଥିଲା।

Share