ଖାଦ୍ୟ ସଙ୍କଟ ସୃଷ୍ଟି ପାଇଁ ରୁଷିଆର ଷଡ଼ଯନ୍ତ୍ର, ଗୋଦାମରେ ବୋମାମାଡ଼…

କ୍ୱିଭ୍‌, ୧୨।୩ : ୟୁକ୍ରେନ୍‌ରେ ଖାଦ୍ୟ ସଙ୍କଟ ସୃଷ୍ଟି ପାଇଁ ରୁଷିଆ ସୈନ୍ୟଙ୍କ ପକ୍ଷରୁ ଷଡ଼ଯନ୍ତ୍ର ହୋଇଛି। ତେଣୁ କେତେକ ଖାଦ୍ୟଶସ୍ୟ ଗୋଦାମରେ ରୁଷିଆ ସୈନ୍ୟ ନିଆଁ ଲଗାଇବା ସହିତ ବୋମାମାଡ଼ ମଧ୍ୟ କରାଯାଇଛି ବ୍ରୋଓ୍ବରି ଜିଲାରେ ଥିବା କେତେକ ଖାଦ୍ୟଶସ୍ୟ ଗୋଦାମ ଜଳିପୋଡ଼ି ଧ୍ୱଂସ ହୋଇଯାଇଛି।

ଏଭଳି ଖାଦ୍ୟ ସଙ୍କଟ ସୃଷ୍ଟି କରି ରୁଷିଆ ୟୁକ୍ରେନ୍‌ ସୈନ୍ୟଙ୍କୁ ଆତ୍ମସମର୍ପଣ ଲାଗି ବାଧ୍ୟ କରିବାର ଉଦ୍ୟମ କରୁଥିବା କୁହାଯାଉଛି। ତେବେ ୟୁକ୍ରେନ୍‌ ସୈନ୍ୟ ନୋଇବାକୁ ପ୍ରସ୍ତୁତ ହେଉ ନ ଥିବାରୁ ରୁଷିଆ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି।

Share