କ୍ୱିଭ,୨୬।୩: ଯୁଦ୍ଧକୁ ଅନେକ ଦିନ ବିତି ଥିଲେ ହେଁ ୟୁକ୍ରେନକୁ ଦଖଲ କରିବାରେ ସଫଳ ହୋଇପାରିନି ରୁଷିଆ। ଏସବୁ ମଧ୍ୟରେ ରୁଷିଆ ରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କଠାରୁ ଗାଳି ଶୁଣିବା ପରେ ତାଙ୍କର ହୃଦ୍ଘାତ ହୋଇଥିବା ନେଇ ୟୁକ୍ରେନ ଦାବି କରିଛି।
ୟୁକ୍ରେନ ମନ୍ତ୍ରୀ ଆଣ୍ଟୋନ ଗେରାଶେଙ୍କୋ ଫେସ୍ବୁକ୍ରେ ଲେଖିଛନ୍ତି, ପୁଟିନ୍ଙ୍କ ସହିତ ଯୁକ୍ତିତର୍କ ହେବା ଘରେ ହୃଦ୍ଘାତ ଯୋଗୁ ମାର୍ଚ୍ଚ ୧୧ଠାରୁ ଶୋଇଗୁ ଆଉ ଲୋକଲୋଚନକୁ ଆସିନାହାନ୍ତି। ୟୁକ୍ରେନ ଆକ୍ରମଣ ସମ୍ପୂର୍ଣ୍ଣ ବିଫଳ ହେବା ଯୋଗୁ ପୁଟିନ ତାଙ୍କୁ ଅପବାଦ ଦେବାରୁ ଶୋଇଗୁଙ୍କ ହୃଦ୍ଘାତ ହୋଇଛି।
ମାର୍ଚ୍ଚ ୨୪ ତାରିଖ ଦିନ ଆଣ୍ଟୋନଙ୍କୁ ଟେଲିଭିଜନରେ ଦେଖିବାକୁ ମିଳିଥିଲା। ତେବେ ତାଙ୍କର ଏହି ଭିଡିଓ ଫୁଟେଜ ପୁରୁଣା ଥିଲା ନା ସେହିଦିନର, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ମାର୍ଚ୍ଚ ୨୪ ତାରିଖରେ ପୁଟିନ ଓ ଶୋଇଗୁଙ୍କ ମଧ୍ୟରେ ହୋଇଥିବା ଏହି ଭିଡିଓଟି ନକଲି ବୋଲି ୟୁକ୍ରେନ କହିଛି।
ଅପରପକ୍ଷେ ରକ୍ଷା ମନ୍ତ୍ରୀଙ୍କ ହଠାତ ଗାଏବ ହୋଇଯିବା ଖବରକୁ ନେଇ କ୍ରେମ୍ଲିନ ମୁଖପାତ୍ର କହିଛନ୍ତି, ସ୍ବତନ୍ତ୍ର ସାମରିକ ଅଭିଯାନ ଚାଲିଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ବ୍ୟସ୍ତ ରହିବା ସ୍ବାଭାବିକ କଥା। ଖବରଦାତାମାନଙ୍କ ସହ କଥାବର୍ତ୍ତା କରିବା ଲାଗି ଏହା ତାଙ୍କ ପାଇଁ ପ୍ରକୃଷ୍ଟ ସମୟ ନୁହେଁ।