ଇୟୁରେ ସିଓପି-୨୯ ଜଳବାୟୁ ଶିଖର ସମ୍ମିଳନୀ ଆୟୋଜନ ନ କରାଇବା ପାଇଁ ରୁଷିଆର ଉଦ୍ୟମ…

ମସ୍କୋ,୮।୬ : : ଗତ ବର୍ଷଠାରୁ ରୁଷିଆର ୟୁକ୍ରେନ ଉପରେ ଆକ୍ରମଣର ପରିଣାମ ସ୍ବରୂପ, ଭୂ-ରାଜନୈତିକ ବିବାଦ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ବିଶ୍ୱର ଉଦ୍ୟମକୁ ଜଟିଳ କରିଛି। ତେଣୁ ଆସନ୍ତା ବର୍ଷ ଜାତିସଂଘ ପକ୍ଷରୁ ୟୁରୋପିଆନ ସଂଘ(ଇୟୁ)ର ବ୍ରସେଲ୍ସରେ ହେବାକୁ ଥିବା ସିଓପି-୨୯ ଜଳବାୟୁ ଶିଖର ସମ୍ମିଳନୀ ଆୟୋଜନ ନ କରାଇବା ପାଇଁ ରୁଷିଆ ଉଦ୍ୟମ କରୁଛି। ସମ୍ମିଳନୀକୁ କିପରି ରୋକା ଯିବ ସେନେଇ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ସରକାର ପ୍ରୟାସ କରୁଛନ୍ତି।

ବୁଲଗେରିଆ ଏବଂ ଅଣ-ଇୟୁ ଦେଶ ଆର୍ମେନିଆ ଏହି ସମ୍ମିଳନୀ ଆୟୋଜନ କରିବାକୁ ଯୋଜନା କରୁଛନ୍ତି।

Share