ରୁଷିଆ ଜଙ୍ଗଲରେ ନିଆଁ: ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି, ୫ ହଜାରରୁ ଊର୍ଦ୍ଧ୍ୱ ଘର ପୋଡ଼ି ପାଉଁଶ

ମସ୍କୋ,୧୦ା୫: ରୁଷିଆର ୟୁରାଲ ପର୍ବତ ଜଙ୍ଗଲରେ ନିଆଁ ଲାଗି ଏପର୍ଯ୍ୟନ୍ତ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଗତ ଏକ ସପ୍ତାହ ଧରି କୁର୍ଗାନ ଏବଂ ସାଇବେରିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥି ସହିତ ଏହି ଅଗ୍ନିକାଣ୍ଡ ଯୋଗୁ ୫ ହଜାରରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଯାଇଛି।

ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ବିଶେଷଜ୍ଞମାନେ ଏହି ଅଗ୍ନିକାଣ୍ଡକୁ ଅସ୍ବାଭାବିକ ଗ୍ରୀଷ୍ମ ଏବଂ ତାପମାତ୍ରା ବୃଦ୍ଧିକୁ ଦାୟୀ କରିଛନ୍ତି।

Share