ୟୁକ୍ରେନ୍‌ ଉପରେ ରୁଷିଆର ବଡ଼ ଧରଣର ଆକ୍ରମଣ, ୭ ମୃତ-୬୭ ଆହତ, ଆବର୍ଜନା ତଳେ ଦବି ହୋଇ ରହିଛନ୍ତି ଲୋକେ…

କିଭ୍‌,୧୩।୮ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ରୁଷିଆର ସେନା ପୂର୍ବ ୟୁକ୍ରେନର ପୋକ୍ରୋଭସ୍କ ସହର ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଏଥିରେ ଦୁଇ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ୬୭ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଉଦ୍ଧାରକାରୀମାନେ ସହରରେ ଭାଙ୍ଗିଯାଇଥିବା କୋଠାର ଅଳିଆ ଆବର୍ଜନା ଖୋଜି ଲୋକଙ୍କୁ ଉଦ୍ଧାର କରୁଛନ୍ତି।

ପୋକ୍ରୋଭସ୍କ ପୂର୍ବ ସୀମା ଠାରୁ ମାତ୍ର ୫୦ କିଲୋମିଟର ଦୂରରେ ଏହି ଆକ୍ରମଣ ହୋଇଛି। ଉଦ୍ଧାରକାରୀମାନେ ପାଞ୍ଚ ମହଲା କୋଠାର ଅଳିଆ ଗଦାରୁ ଆହତମାନଙ୍କୁ ଆମ୍ବୁଲାନ୍ସରେ ନେଇଥିବାର ଭିଡ଼ିଓରେ ଦେଖିବାକୁ ମିଳିଛି।

ୟୁକ୍ରେନର ଆଭ୍ୟନ୍ତରୀଣ ମନ୍ତ୍ରୀ ଇଗୋର କ୍ଲିମେଙ୍କୋଙ୍କ ଅନୁଯାୟୀ, ମୃତକଙ୍କ ମଧ୍ୟରେ ଡୋନେଟସ୍କ ଅଞ୍ଚଳର ଜଣେ ଉଚ୍ଚ ଜରୁରୀକାଳୀନ ଅଧିକାରୀ ଅଛନ୍ତି।

Share