ଦେଶ ପ୍ରତି ବିଶ୍ୱସ୍ତ ରହିବେ ବୋଲି ଶପଥ ନେଲେ ଓ୍ବାଗନର ଗ୍ରୁପ୍‌, ପୁଟିନ୍‌ଙ୍କ ଆଦେଶ

ମସ୍କୋ,୨୬।୮: ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରି ଏକ ଦୁର୍ଘଟଣାରୋ ନିହତ ହୋଇଛନ୍ତି ଓ୍ବାଗନର ସେନା ମୁଖ୍ୟ ୟେଭେଗିନ ପ୍ରିଗୋଜିନ। ତେବେ ଏହା ଷଡଯନ୍ତ୍ର ନା ଦୁର୍ଘଟଣା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଶୁକ୍ରବାର ପ୍ରିଗୋଝିନଙ୍କ ମୃତ୍ୟୁରେ ପୁଟିନ୍‌ ଦୁଃଖ ପ୍ରକାଶ କରିଥିଲେ। କିନ୍ତୁ ଶନିବାର ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ପ୍ରିଗୋଝିନଙ୍କ ମୃତ୍ୟୁ ପରେ ଦେଶ ପ୍ରତି ବିଶ୍ୱସ୍ତ ରହିବାକୁ ଶପଥ ନେଇଛନ୍ତି ଓ୍ବାଗନର ଗ୍ରୁପ୍‌। ପୁଟିନ୍‌ ୱାଗନର୍‌ ଗ୍ରୁପର ଯୋଦ୍ଧାମାନଙ୍କୁ ରୁଷିଆ ପ୍ରତି ବିଶ୍ୱସ୍ତ ରହିବାକୁ ନିର୍ଦ୍ଦେଶ ଦେଇ ଏକ ଦସ୍ତାବିଜରେ ସ୍ବାକ୍ଷର କରେଇ ନେଇଛନ୍ତି। ଓ୍ବାଗନର ଗ୍ରୁପର ଯୋଦ୍ଧାମାନଙ୍କୁ ଏପରି ଦସ୍ତାବିଜରେ ସ୍ବାକ୍ଷର କରେଇବା କିଛି ଷଡଯନ୍ତ୍ରକୁ ଇସାରା କରୁଛି।

Share